ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହରିଆଣାର ବିଜେପି ନେତା ସୂରଜ ପଲ୍ ଅମ୍ମୁ । ଏପରିକି ସେ ଏକ ବିବାଦୀୟ ଘୋଷଣା ମଧ୍ୟ କରିଛନ୍ତି । ସେ କହିଛନ୍ତି ‘ଯିଏ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭଂସାଲୀ ଏବଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଦୀପିକାଙ୍କ ମୁଣ୍ଡକାଟ କରିବ ତାହାକୁ ମୁଁ ପୁରସ୍କାର ହିସାବରେ ୧୦ କୋଟି ଟଙ୍କା ପ୍ରଦାନ କରିବି’ ।
ଏଥିସହ, ଦୀପିକା ଏବଂ ଭଂସାଲୀଙ୍କ ମୁଣ୍ଡକାଟ କଲେ ୫ କୋଟି ପୁରସ୍କାର ଘୋଷଣା କରିଥିବା ମିରଟର ଜଣେ ଯୁବକଙ୍କୁ ସୂରଜ ପଲ୍ ଅମ୍ମୁ ଅଭିନନ୍ଦନ ଜଣାଇଛନ୍ତି । ବିଜେପି ନେତା ଆହୁରି ବି କହିଛନ୍ତି ଯେ ଖାଲି ୧୦ କୋଟି ନୁହେଁ, ବରଂ ତାଙ୍କ ପରିବାରର ସମସ୍ତ ମୌଳିକ ଆବଶ୍ୟକତାକୁ ମଧ୍ୟ ସେ ପୂରା କରିବାର ପ୍ରତିଶୃତି ଦେଉଛି । ଏପରିକି ଚଳଚ୍ଚିତ୍ରରେ ୨ ମୁଖ୍ୟ ପୁରୁଷ ଭୂମିକାରେ ନଜର ଆସିଥିବା ସାହିଦ ଓ ରଣବୀରଙ୍କ ଗୋଡ଼ ଭାଙ୍ଗି ଦେବା ପାଇଁ ମଧ୍ୟ ସେ ଧମକ ଦେଇଛନ୍ତି । ସେ କହିଛନ୍ତି, ‘ଆବଶ୍ୟକ ପଡ଼ିଲେ ମୁଁ ବିଜେପି ଛାଡ଼ିବାକୁ ପ୍ରସ୍ତୁତ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବଳ ପ୍ରୟୋଗ କରି ଚଳଚ୍ଚିତ୍ରଟିକୁ ପ୍ରେକ୍ଷାଳୟକୁ ଆସିବାକୁ ଦିଅନ୍ତୁ ନାହିଁ’।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ତାରିଖରେ ଚଳଚ୍ଚିତତ୍ରଟି ମୁକ୍ତିଲାଭ କରିଥାନ୍ତା । ମାତ୍ର ଏହି ତାରିଖରେ ଆଉ ମୁକ୍ତିଲାଭ କରିବ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ରବିବାର କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/dc-Cover-2llqqsvote210a3llo59gac885-20171117122357.Medi_.jpeg)