ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିବେନି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ! ଜାଣନ୍ତୁ କାହିଁକି

23

ଯେଉଁଠି ଲୋକେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭଗବାନଙ୍କ ଭଳି ପୂଜା କରୁଛନ୍ତି । ଯଦି ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରନ୍ତି ତ ଟିକେ ଚିନ୍ତା କଲେ ସେହି ଦଳକୁ କେତେ ଫାଇଦା ମିଳିବ । କିନ୍ତୁ ରଜନୀକାନ୍ତ ରୋକ୍ ଠୋକ୍ ମନା କରି ଦେଇଛନ୍ତି କି ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବେ ନାହିଁ ।

ସୂଚନା ମୁତାବକ, ଆର.କେ.ନଗର ରେ ହେବାକୁ ଥିବା ଆଗାମୀ ଉପ-ନିର୍ବାଚନରେ ତାଙ୍କର କୌଣସି ଦଳପ୍ରତି ଆନୁଗତ୍ୟ ନାହିଁ କି ସେ କୌଣସି ଦଳର ପ୍ରଚାରରେ ମଧ୍ୟ ସାମିଲ ହେବେ ନାହିଁ ବୋଲି ନିଜେ ରଜନୀକାନ୍ତ ଗୁରୁବାର ଟୁଇଟ୍ କରି ଜଣାଇଛନ୍ତି । ତେବେ ଟୁଇଟରେ ରଜନୀକାନ୍ତ ଉଲ୍ଲେଖ କରି କହିଛନ୍ତି କି, ‘ଏହି ନିର୍ବାଚନରେ ମୁଁ କୌଣସି ବି ରାଜନୈତିକ ଦଳର ସମର୍ଥନରେ ନାହିଁ ।’

ତେବେ ଚଳିତ ସପ୍ତାହରେ ଆର.କେ.ନଗରରେ ହେବାକୁ ଥିବା ସାନୀ-ମତଦାନରେ ବିଜେପିର ଆଶାୟୀ ପ୍ରାର୍ଥୀ ତଥା ଲୋକପ୍ରିୟ ସଙ୍ଗୀତକାର ଗଂଗଇ ଆମରାନଙ୍କୁ ଭେଟିଥିଲେ । ଏହାକୁ ନେଇ ଖବର ପ୍ରଚାର ହେବାକୁ ଲାଗିଥିଲା କି ରଜନୀକାନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରି ତାଙ୍କ ଦଳର ଷ୍ଟାର ପ୍ରଚାରକ ସାଜିବେ ବୋଲି । ମାତ୍ର ରଜନୀତିକାନ୍ତଙ୍କର ଏଭଳି ମନ୍ତବ୍ୟ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ।