ସିନେମା ପାଇଁ ୨୪ ଥର ଚାପୁଡ଼ା ଖାଇଲେ ‘ପଦ୍ମାବତୀ’ର ନାୟକ

37

ବଲିଉଡ଼ ଅଭିନେତା ରଣବୀର ସିଂହ ଏବେ ନିଜର ଆଗାମୀ ସିନେମା ‘ପଦ୍ମାବତୀ’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ସିନେମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଏହି ସିନେମାରେ ରଣବୀରଙ୍କୁ ଦେଖିବାକୁ ମିଳିବ ଆଲ୍ଲାଉଦିନ ଖିଲିଜି ଭୂମିକାରେ । ତେବେ ଏହା ଏକ ନକାରାତ୍ମକ ଭୂମିକା ହୋଇଥିଲେ ମଧ୍ୟ ରଣବୀର ଏହି ଭୂମିକାକୁ କିଭଳି ଚରିତାର୍ଥ କରିବେ ସେନେଇ ନିଜର ପ୍ରତିଟି ସଟକୁ ପୁଂଖାନୁପୁଂଖ ଭାବେ ଯାଂଚ କରିଛନ୍ତି ।

ରଣବୀର ସିଂହ ଜଣେ ପରଫେକ୍ଟ ଆକ୍ଟର ଏକଥା କାହାକୁ ବି ଅଛପା ନାହିଁ । ମାତ୍ର ଏଥିରେ କିନ୍ତୁ ଖୋଦ୍ ରଣବୀର ସହମତ ନୁହେଁ ସେଥିପାଇଁ ତ ସେ ସିନେମାକୁ ନେଇ ମାଡ ଖାଇବାକୁ ବି ପଛାଇନାହାଁନ୍ତି । ସୂଚନା ମୁତାବକ, ରଣବୀର ନିଜ ସିନେମା ‘ପଦ୍ମାବତୀ’ର ଏକ ଦୃଶ୍ୟରେ ଅଭିନୟ କରିବାବେଳେ ସିନେମାର ଏକ ଦୃଶ୍ୟ ପାଇଁ ରଣବୀର ସିଂହଙ୍କୁ ଶକ୍ତ ଚାପୁଡ଼ା ଖାଇବାକୁ ପଡିଛି ।

ଏହି ସଟଟି ସିନେମାର ଏକ ଟର୍ଣ୍ଣିଂ ପଏଣ୍ଟ ଅଟେ । ଆଉ ଯେତେବେଳେ ଏହି ସଟଟିର ସୁଟିଂ ଚାଲିଥିଲା ଏହାର ପ୍ରଥମ ଟେକଟି ଏତେ ଖାସ୍ ହୋଇନଥିଲା । ତେଣୁ ସଟଟିକୁ ବାରମ୍ବାର ସୁଟ୍ କରିବାକୁ ପଡିଥିଲା । ଏଥିପାଇଁ ଅଭିନେତା ରଣବୀରଙ୍କୁ ଖାଇବାକୁ ପଡ଼ିଥିଲା ଲଗାତାର ୨୪ଥର ଚାପୁଡ଼ା । ତେବେ ଏହି ସଟ୍ ଟେକିଂ ନେବାର ଯନ୍ତ୍ରଣାକୁ କେବେ ଭୁଲିପାରିବେନି ବୋଲି ରଣବୀର ସିଂହ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସିନେମା ‘ପଦ୍ମାବତୀ’ରେ ରଣବୀର ସିଂହଙ୍କ ବ୍ୟତୀତ ଦୀପିକା ପାଦୁକୋନ୍ ଓ ଶାହିଦ୍ କପୁରଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି । ତେବେ ମହାରାଣୀ ‘ପଦ୍ମାବତୀ’ଙ୍କ ଆତ୍ମଜୀନବୀ ଉପରେ ଆଧାରିତ ଏହି ସିନେମାଟି ଆସନ୍ତା ବର୍ଷ ପରଦାକୁ ଆସିବ ।

ସୌଜନ୍ୟ: ଇଣ୍ଡିଆନ୍ ଏକ୍ସପ୍ରେସ୍