କ୍ରିସ’ର ନାୟକ ଏବେ ଅସୁସ୍ଥ! ଚିକିତ୍ସା ପାଇଁ ଯିବେ ଜର୍ମାନୀ

54

ବଲିଉଡ ଅଭିନେତା ତଥା କ୍ରିସ’ର ନାୟକ ଏବେ ଅସୁସ୍ଥ । କିଛି ଦିନ ହେଲା ହ୍ରିତିକ୍ ଶାରୀରିକ ଅସୁସ୍ଥତା ଅନୁଭବ କରୁଥିବା ଶୁଣିବାକୁ ମିଳିଛି ଆଉ ଏଥିପାଇଁସେ ଚିକିତ୍ସା ପାଇଁ ବିଦେଶ ଯିବେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, କିଛି ଦିନ ହେଲା ହ୍ରିତିକ୍ ମାନସିକ ଚିନ୍ତାରେ ରହୁଥିବା କାରଣରୁ ସେ ଡିପ୍ରେସନର ମଧ୍ୟ ଶିକାର ହୋଇଛନ୍ତି । ଆଉ ଏହାକୁ ଦୂର କରିବା ପାଇଁ ସେ ଅନେକ ବାର ପ୍ରୟାସ କରି ବିଫଳ ହୋଇଛନ୍ତି । ତେବେ ବର୍ତ୍ତମାନ ହ୍ରିତିକ୍ ଏଥିପାଇଁ ଜର୍ମାନୀ ଯିବାକୁ ନିଷ୍ପତି ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗୋଟେ ପଟେ ପତ୍ନୀ ଆଉ ଗୋଟେ ପଟେ ପ୍ରେମିକାଙ୍କୁ ଅନେକୁ ନେଇ ହ୍ରିତିକ୍ ଅଧିକାଂଶ ସମୟ ଚିନ୍ତିତ ରହୁଥିଲେ ।

ଯଦିଓ ସେ ଏବେ ପତ୍ନୀ ଓ ପିଲାଙ୍କ ସମୟ ବିତାଉଛନ୍ତି । କିନ୍ତୁ ଅଧିକ ସମୟ ନୁହେଁ । ସେହିପରି ଅନ୍ୟ ପଟେ ପ୍ରେମିକା କଙ୍ଗାନଙ୍କୁ ନେଇ ମଧ୍ୟ ସେ ମାନସିକ ଚାପରେ ରହୁଥିବା ଜଣାପଡିଛି । ଖାଲି ଯେ ହ୍ରିତିକ୍ ତାଙ୍କ ବ୍ୟକ୍ତିଗତ ସମସ୍ୟାକୁ ନେଇ ଚିନ୍ତିତ ଥିଲେ ତାହା ନୁହେଁ ନିଜର ସିନେମା କ୍ୟାରିୟରକୁ ନେଇ ମଧ୍ୟ ମାନସିକ ଚାପରେ ରହିଥିବା ଜଣାପଡିଛି ।