ମିଳିଲା ଉତ୍ତର ! ବାହୁବଳୀ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦର ଘଟିଲା ଅବସାନ

60

ଆଜି ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀ-ଟୁ: ଦ କନକ୍ଲୁଜନ । ତେବେ ‘ବାହୁବଳୀ: ଦ ବିଗିନିଙ୍ଗ୍’ ମୁକ୍ତଲାଭ କରିବାର ୨ ବର୍ଷ ପରେ ବି କାହାଣୀ ଅଧା ରହିଛି । ଆଉ ଦର୍ଶକଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଏବଂ ଗୋଟିଏ ଦ୍ୱନ୍ଦ ବାହୁବଳୀକୁ କଟ୍ଟପ୍ପା କାହିଁକି ମାରିଲା ?

ଯଦି ସିନେମାର ପ୍ରଥମ ଭାଗରୁ ହିଁ ଏହାରୁ ଉତ୍ତର ମିଳି ଥାନ୍ତା ତେବେ ଦର୍ଶକଙ୍କ ମଧ୍ୟରେ ସିନେମାକୁ ନେଇ ଏଭଳି ଉକ୍ରଣ୍ଠା ଦେଖିବାକୁ ମିଳି ନଥାନ୍ତା । ସେ ଯାହା ହେଉନା କାହିଁକି ଆଜି ସିନେମାଟି ପରଦାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ପ୍ରଶ୍ନର ଏବେ ଏକପ୍ରକାରର ଅନ୍ତ ଘଟିଛି ବୋଲି କହିବା କିଛି ଭୁଲ୍ ହେବ ନାହିଁ ।