ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ନେଇ ବିବାଦୀୟ କମେଂଟ କରି ଅଡୁଆରେ ଫରାହ ଖାନ୍ !

44

ଏବେ ବଲିଉଡ ଜଗତରେ ଚାଲିଛି ଷ୍ଟାର କିଡ୍ସଙ୍କ ରାଜୁତି । ସୁହାନା ଖାନଙ୍କଠାରୁ ଆରମ୍ଭ କରି ଅଲୀ ଖାନ ଏବଂ ଜାହ୍ନବୀ କପୂର ପର୍ଯ୍ୟନ୍ତ ଏହି ସମସ୍ତ ଷ୍ଟାର କିଡ୍ସଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଇତି ମଧ୍ୟରେ ଏବେ ପୁଣି ଏକ ନୁଆ ଚେହେରା ସାମ୍ନାକୁ ଆସିଛି, ଯାହାଙ୍କୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ନୁଆ ଚେହେରାଟି ହେଉଛି ଚଙ୍କି ପାଣ୍ଡେଙ୍କ ଲାଡ଼ଲୀ ଅନନ୍ୟା ପାଣ୍ଡେ ଏବଂ ଅନନ୍ୟାଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚିତ ହେବାରେ ଲାଗିଛି ଆଉ ଏହାର କାରଣ ସାଜିଛନ୍ତି ଫରାହ୍ ଖାନ ।

ସାଧାରଣତଃ ଫରାହ ଖାନ୍ ବଡ ବଡ କଥା ଏବଂ ସେନ୍ସ ଅଫ୍ ହ୍ୟୁମର ପାଇଁ ଜଣାଶୁଣା ।  କାରଣ ଅନେକ ଥର ଫରାହ କିଛି ଏଭଳି କଥା କହିପକାନ୍ତି ଯାହା ଶୁଣିବାକୁ ହୁଏତ ଏକ ସାଧାରଣ କଥା ଲାଗିଥାଏ ମାତ୍ର ଯଦି ତାକୁ ଗମ୍ଭୀରତାର ସହ ନିଆଯାଏ ତେବେ ତା’ର ଅର୍ଥ ଅନେକ ବାହାରିଥାଏ । ବର୍ତ୍ତମାନ ଫରାହଙ୍କ ଏଭଳି ଏକ କମେଂଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ମୁତାବକ, ନିକଟରେ ଚଙ୍କି ପାଣ୍ଡେଙ୍କ ପତ୍ନୀ ଭାବନା ପାଣ୍ଡେ ଝିଅ ଅନନ୍ୟାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ଯାହାକୁ ନେଇ ଫରାହ ଏକ କମେଂଟ କରିପକାଇଥିଲେ ଆଉ ପରବର୍ତ୍ତି ସମୟରେ ଏହି କମେଂଟର ଅନେକ ଅର୍ଥ ବାହାର କରାଯାଇଛି ।

ଫରାହ ଲେଖିଛନ୍ତି ଯେ, ଅନନ୍ୟାଙ୍କୁ ନିଜ ଡିଏନଏ ଟେଷ୍ଟ କରିବା ଦରକାର । କାରଣ ସେ ଏତେ ସୁନ୍ଦର, ତେବେ ସେ ଚଙ୍କି ପାଣ୍ଡେଙ୍କର ଝିଅ ଭଳି ଆଦୌ ଲାଗୁ ନାହାଁନ୍ତି । ବାସ୍ କଥା ମାତ୍ର ଏତିକି, କିନ୍ତୁ ପରବର୍ତ୍ତି ସମୟରେ ଫରାହଙ୍କ ଏହି କମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦେଖାଯାଉ ଅନନ୍ୟାଙ୍କ ବାପା ଚଙ୍କି ପାଣ୍ଡେ ଫରାହ ଖାନଙ୍କ ଏଭଳି କମେଂଟକୁ କେଉଁ ଅନ୍ଦାଜରେ ଗ୍ରହଣ କରୁଛନ୍ତି ।

ସୌଜନ୍ୟ: ଆଜତକ୍