ବିଗବସରେ ଆରମ୍ଭ ହେବାକୁ ଯାଉଛି ପୁଣି ଏକ ପ୍ରେମ କାହାଣୀ !

ବିଗବସରେ ଆରମ୍ଭ ହେବାକୁ ଯାଉଛି ପୁଣି ଏକ ପ୍ରେମ କାହାଣୀ !

Source: zeenews.india.com

ବିବାଦୀୟ ଶୋ’ ‘ବିଗବସ ୧୧’ରେ ପ୍ରତି ଦିନ ସାମ୍ନାକୁ ଆସିଥାଏ ନୂଆ ନୂଆ ଖବର । କେତେବେଳେ ଅର୍ଶୀ ଓ ହିନାଙ୍କ କଳି ତ ପୁଣି କେତେବେଳେ ପୁନୀଷ ଓ ବନ୍ଦଗୀଙ୍କ ପ୍ରେମ ଖବର ଆଉ ଏହିସବୁ ବାଦ ବିବାଦ ଭିତରେ ପୁଣି ଏକ ନୂଆ ପ୍ରେମ କାହାଣୀର ଖବର ଶୁଣିବାକୁ ମିଳିଛି ।

publive-imageସୂଚନା ମୁତାବକ, ବିଗବସ ଘରେ ୱାଇଲ୍ଡ କାର୍ଡ ଦ୍ୱାରା ପ୍ରବେଶ କରିଥିଲେ ଢିଂଚକ ପୂଜା । ଏହାପରେ ପୂର୍ବରୁ ବିଗବସରେ ଥିବା ଲବ୍ ତ୍ୟାଗୀଙ୍କ ପ୍ରେମରେ ପଡିଯାଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ଖୋଦ ଗୃହର ବାକି ସବୁ ସଦସ୍ୟମାନେ ଦାବି କରିଛନ୍ତି । ମାତ୍ର ନିକଟରେ ସାମ୍ନାକୁ ଆସିଥିବା ଏକ ଅନସିନ ଭିଡିଓରେ ପୂଜା ତାଙ୍କ କ୍ରଶଙ୍କ ବିଷୟରେ ସବ୍ୟସାଚୀଙ୍କ ସହ କିଛି ଆଲୋଚନା କରୁଥିବା ନଜର ଆସିଥିଲା ।

ପୂଜା ବିଗବସ ଗୃହ ଭିତରକୁ ଆସିବା ଠିକ୍ ୧୫-୨୦ଦିନ ପୂର୍ବରୁ ହିଁ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ ଏବଂ ତାଙ୍କର ଏକ ମ୍ୟୁଜିକ ଭିଡିଓ ସହ ହିଁ ପୂଜାଙ୍କ ସମ୍ପର୍କରେ ଆସିଥିଲେ ତାଙ୍କ କ୍ରଶ । ଏହାପରେ ପୂଜାଙ୍କ ଦେଇଥିବା କିଛି ତଥ୍ୟ ଯୋଗୁଁ ଏହି ସମ୍ପର୍କ ଆଗକୁ ବଢି ପାରିନଥିଲା । ଏହି ଭିଡିଓରେ ପୂଜା କହିଛନ୍ତି କି ତାଙ୍କ ପାଇଁ ଧର୍ମ ଚିନ୍ତାର ବିଷୟ ନୁହେଁ, କିନ୍ତୁ ସେ ଶାକାହାରୀ ହୋଇଥିବା ଜରୁରୀ । ପୂଜା ଆମିଷ ଖା’ନ୍ତି ନାହିଁ କି ସେ ତାଙ୍କ ପାର୍ଟନରଙ୍କୁ ମଧ୍ୟ ଆମିଷ ଖାଇବାକୁ ଦେବେ ନାହିଁ ବୋଲି ଏହି ଭିଡିଓଟିରେ କହିଛନ୍ତି । ଅନ୍ୟପଟେ ଏହା ଉପରେ ସବ୍ୟସାଚୀ ନିଜର ମତ ଦେଇ କହିଛନ୍ତି କି, ଯଦି ତାଙ୍କ ଜୀବନସାଥି ଜୈନ ହୋଇଥିବେ ତେବେ ଭଲ ଆଉ ପୂଜା କହିଥିଲେ ଏହା ଏତେ ସହଜ ନୁହେଁ, ତାଙ୍କ ମନରେ ତାଙ୍କ ପ୍ରତି ଭଲପାଇବା ଥିବା ମଧ୍ୟ ଜରୁରୀ ଅଟେ ।

ସୌଜନ୍ୟ: ଜିନ୍ୟୁଜ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe