କାହିଁକି ସର୍ବସମ୍ମୁଖରେ ଚିତ୍କାର କରି କାନ୍ଦି ଉଠିଲେ ବେବି ଡଲ୍? ଜାଣନ୍ତୁ ହରିଦ୍ୱାରର ପବିତ୍ରଘାଟରେ ସନ୍ନିଙ୍କ ସହିତ ହେଲା କଣ

38

ତୀର୍ଥନଗରୀ ହରିଦ୍ୱାରରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି । କିନ୍ତୁ ସେଠାରେ ପହଂଚି ହଠାତ୍ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ ବେବି ଡଲ୍ । ତେବେ ସନ୍ନିଙ୍କ ସହ ଏଭଳି କଣ ଘଟିଥିଲା କି ସେ ନିଜର କୋହକୁ ସମସ୍ତଙ୍କ ଆଗରେ ଲୁଚାଇ ରଖିପାରିଲେନି ଏବଂ ଚିତ୍କାର କରି କାନ୍ଦି ଉଠିଥିଲେ । ତେବେ ପଢନ୍ତୁ ସଂପୂର୍ଣ୍ଣ ଘଟଣାଟି କଣ ଥିଲା ।

ସୂଚନା ମୁତାବକ, ଜୁନ୍ ୩ତାରିଖରେ ସନ୍ନି ଲିଓନି ଜୋଲିଗ୍ରାଂଟ୍ ଏୟାରପୋର୍ଟରୁ ହୃଷିକେଶ ଅଭିମୁଖେ ଯାତ୍ରା କରିଥିଲେ । ରବିବାର ଦିନ ସକାଳୁ ସନ୍ନି ହରିଦ୍ୱାରରେ ପହଂଚିଥିଲେ । କିଛି ସମୟ ବିତାଇବା ପରେ ସନ୍ନି ଲିଓନି ଗଙ୍ଗା ଘାଟରେ ବୁଡ ପକାଇବାକୁ ଯାଇଥିଲେ । ମାତ୍ର ପବିତ୍ର ଗଙ୍ଗାଘାଟରେ ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ । ଏସଂପର୍କରେ ଯେତେବେଳେ ସନ୍ନିଙ୍କୁ ପଚରାଯାଇଥିଲା ସେ କହିଥିଲେ କି, ସେ ତାଙ୍କ ବାପାଙ୍କର ଅସ୍ତି ଏହି ଘାଟରେ ବିସର୍ଜନ କରିଥିଲେ । ତେବେ ସନ୍ନି ତାଙ୍କ ବାପାଙ୍କୁ ମନେ ପକାଇ ହରିଦ୍ୱାରରେ କାନ୍ଦି ପକାଇଥିଲେ ।