ବିବାହ ପୂର୍ବରୁ ପିଲା ଜନ୍ମ କରିବାରେ ଆପତ୍ତି ନାହିଁ : ଶୃତି ହାସନ କହିଲେ ମନର କଥା

82

ବଲିଉଡ୍ ଅଭିନେତ୍ରୀ ଶୃତି ହାସନ । କହିଛନ୍ତି ନିଜ ମନର କଥା । ଯାହାକୁ ନେଇ ଏବେ ପ୍ରଶଂସକଙ୍କ ମହଲରେ ଖୁବ୍ ଆଲୋଚନା । ଶୃତିଙ୍କ କହିବାନୁସାରେ, ଯଦି ତାଙ୍କୁ ଉଚିତ୍ ସାଥୀ ମିଳିଯାଏ ତ ତାଙ୍କୁ ସେ ବିବାହ କରିବା ପୂର୍ବରୁ ପିଲା ଜନ୍ମ କରିବାରେ ସଙ୍କୋଚ କରିବେ ନାହିଁ ।

ଶୃତି କହିଛନ୍ତି “ ମିଡିଆ ଓ ଲୋକେ ମୋ ବିଷୟରେ କଣ ଭାବିବେ , ମୁଁ ତା ଭାବେନି । ମୋତେ ଯାହା ଭଲ ଲାଗେ ସେୟା କରେ ” । ସୂଚନା ଅନୁସାରେ ଶୃତିଙ୍କ ମାତା-ପିତା କମଲ ହାସନ ଓ ସାଗରିକା ଶୃତିଙ୍କୁ ଜନ୍ମ ଦେବା ପରେ ବିବାହ କରିଥିଲେ ।