ବିଳାସମୟ ଜୀବନଯାପନରେ ବିଶ୍ୱାସୀ ଅନୁଷ୍କା ! ନିଜ ଡ୍ରାଇଭରଙ୍କୁ ଦେଇଥିଲେ ୧୨ଲକ୍ଷ ଟଙ୍କାର କାର୍ ଉପହାର

ବିଳାସମୟ ଜୀବନଯାପନରେ ବିଶ୍ୱାସୀ ଅନୁଷ୍କା ! ନିଜ ଡ୍ରାଇଭରଙ୍କୁ ଦେଇଥିଲେ ୧୨ଲକ୍ଷ ଟଙ୍କାର କାର୍ ଉପହାର

source-http://cdn.deccanchronicle.com

ବହୁ ଚର୍ଚ୍ଚିତ ସିନେମା ‘ବାହୁବଲୀ’ରେ ଦେବ୍‌ସେନା ଭୂମିକା ନିଭାଇ ସାରା ଭାରତରେ ଚର୍ଚ୍ଚିତ  ନାୟିକା ଅନୁଷ୍କା ସେଟ୍ଟି । ୧୯୮୧ମସିହା ନଭେମ୍ବର ୭ତାରିଖରେ କର୍ଣ୍ଣାଟକର ମେଙ୍ଗଲୁରୁ ଠାରେ ଜନ୍ମ ହୋଇଥିଲେ ଅନୁଷ୍କା। ତାଙ୍କର ପ୍ରକୃତ ନାମ ହେଉଛି ସ୍ୱିଟି।

publive-imageଅନୁଷ୍କା ପ୍ରକୃତରେ ମଧ୍ୟ ଖୁବ୍‌ ସୁଇଟ୍‌। ଥରେ ଅନୁଷ୍କା ସେଟ୍ଟି ତାଙ୍କର ଜଣେ ସିନିଅର ଡ୍ରାଇଭରଙ୍କୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ନୂଆ କାର୍‌ ଉପହାର ରୂପେ ଦେଇଥିଲେ। ଏକ ରିପୋର୍ଟ ଅନୁଯାୟୀ ଅନୁଷ୍କା ଏବେ ୨୨ ମିଲିଅନ୍‌ ଡ଼ଲାର୍‌ (ପ୍ରାୟ ୧୪୦ କୋଟି)ଟଙ୍କା ମୂଲ୍ୟ ସଂପତ୍ତିର ମାଲିକାଣୀ। ହାଇଦ୍ରାବାଦ୍‌ର ଜୁବୁଲି ହିଲ୍‌ସରେ ଉଡ଼୍‍ସ ଆପାର୍ଟମେଣ୍ଟର ଷଷ୍ଠ ମହଲାରେ ଅନୁଷ୍କା ସେଟ୍ଟିଙ୍କର ସାନ୍‌ଦାର ଘର ରହିଛି। ବର୍ତ୍ତମାନ ସେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ୪ରୁ ୫ କୋଟି ଟଙ୍କା ଦାବି କରୁଥିବା କୁହାଯାଉଛି। ବିଳାସମୟ ଜୀବନ ଯାପନରେ ବିଶ୍ୱାସୀ ଅନୁଷ୍କାଙ୍କର କାର ସଉକ ବହୁତ ରହିଛି। ଏବେ ତାଙ୍କ ପାଖରେ ବିଏମ୍‌ ଡ଼ବ୍ଲ୍ୟୁ,ଅଡ଼ିଇ୬,ଅଡ଼ି ଛ୫ ଓ ଟୋୟାଟା କୋରୋଲା ଭଳି ଲଗ୍‌ଜରି କାର୍‌ ଅଛି।

publive-imageଅନୁଷ୍କା ଶର୍ମା ଏମ୍‌ବିଏସ୍‌ ଜୁଏଲର୍ସ,ଦ ଚେନ୍ନାଇ ସିଲ୍‌,ସଇନ୍‌ଟେକ୍ସ ମୋବାଇଲ୍‌,କଲଗେଟ୍‌ ଆକ୍ଟିଭ୍‌ ସଲ୍‌ଟ ଓ ଡ଼ାବର ଅମଳା ଭଳି ବ୍ରାଣ୍ଡର ବିଜ୍ଞାପନରେ କାମ କରିଛନ୍ତି। ସେ ଇନ୍‌ଟେକ୍ସ ମୋବାଇଲ୍‌ ବ୍ରାଣ୍ଡ୍‌ ଆମ୍ବାସାଡ଼ର ବି ଥିଲେ। ଗ୍ଲାମରସ ଦୁନିଆଁକୁ ଆସିବା ପୂର୍ବରୁ ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ସେ ଭରତ ଠାକୁରଙ୍କ ଅଧିନରେ ଯୋଗ ଇନ୍‌ଷ୍ଟ୍ରକ୍ଟର ଭାବେ କାର୍ଯ୍ୟ କରୁଥିଲେ।ସେହି ସମୟରେ ଜଣେ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅନୁଷ୍କା ଓ ସେ ତାଙ୍କୁ ଏକ ଫିଲ୍ମରେ ନାୟିକା ହେବା ଲାଗି ଅଫର୍‌ ଦେଇଥିଲେ। ଏହାକୁ ସେ ସ୍ୱୀକାର କରି ପରେ ଷ୍ଟାରଡ଼ମ୍‌ ହାସଲ କରିଥିଲେ। ଇତିମଧ୍ୟରେ ଅନୁଷ୍କା ସେଟ୍ଟି ୨୦ରୁ ଅଧିକ ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରିସାରିଲେଣି। ଲୋକପ୍ରିୟ ଅଭିନେତା ପ୍ରଭାସଙ୍କ ସହ ଅନୁଷ୍କାଙ୍କର ଆଫେଆର୍‌ ଚାଲିଥିବା ନେଇ ଚର୍ଚ୍ଚା ହେଉଛି ,ମାତ୍ର ଏହାକୁ ସ୍ୱୀକାର କରି ନାହାନ୍ତି ଉଭୟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe