ଆସନ୍ତା କାଲି ଝିଅର ପ୍ରଥମ ଜନ୍ମଦିନ ! ଏହା ପୂର୍ବରୁ ଶାହିଦ୍ ଶେୟାର କଲେ ନିଜର ଫ୍ୟାମିଲି ଫଟୋ

54

ବଲିଉଡ ଅଭିନେତା ଶାହିଦ କପୁର ନିଜର ବିବାହକୁ ନେଇ ଯେମିତି ଚର୍ଚ୍ଚାରେ ଥିଲେ । ସେମିତି ଏବେ ନିଜର ଝିଅର ଜନ୍ମଦିନକୁ ନେଇ ଚର୍ଚ୍ଚାରେ । ଶାହିଦ୍ କପୁର ନିଜର ପତ୍ନୀ ମୀରା ରାଜପୁତ ଓ ଝିଅ ମିଶା ସହ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫଟୋ ସହ ସେ ଏକ ଛୋଟ କ୍ୟାପସନ ଲେଖିଛନ୍ତି , ‘ବେଷ୍ଟ ଟାଇମ୍ସ’ । ଏହି ସୁନ୍ଦର ଫଟୋରେ ମିଶା ନିଜର ବାପା ଓ ମା’ ଙ୍କ ସହ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି । ଆସନ୍ତାକାଲି ଅର୍ଥାତ୍ ୨୬ ଅଗଷ୍ଟରେ ଝିଅ ମିଶାର ପ୍ରଥମ ଜନ୍ମଦିନ ପାଳିବେ ଶାହିଦ୍ –ମିରା । ମିଶାକୁ ଦେଖିଲେ ଲାଗୁଛି ସେ ବି ମା-ବାପାଙ୍କ ଭଳି କ୍ୟାମେରା ଫ୍ରେଣ୍ଡଲି ।

କୁହାଯାଉଛି ଯେ , ଶାହିଦ୍ ଓ ମୀରା ନିଜ ଝିଅ ପାଇଁ ଏହି ଖାସ୍ ଦିନକୁ ସ୍ମୃତିମୟ କରିବା ପାଇଁ ଏକ ଛୋଟ ଫ୍ୟାମିଲି  ଭାକେଶନ କରୁଛନ୍ତି । ଏକ ଇଭେଂଟରେ ଶାହିଦ୍ ଏକଥା କହିଥିଲେ । ପ୍ରଥମେ ଖବର ମିଳିଥିଲା ଯେ, ମିଶାର ଜନ୍ମଦିନ ସେଲିବ୍ରେସନକୁ ନେଇ ମୀରା ଏକ ବଡ ପ୍ରସ୍ତୁତି କରୁଛନ୍ତି । ଶୁଣିବାକୁ ମିଳୁଛି ଜଣେ ପ୍ରସିଦ୍ଧ ବ୍ରିଟିଶ୍ ପ୍ରି ସ୍କୁଲ୍ ଏନିମେଟେଡ୍ ଟେଲିଭିଜନ ସିରିଜ ଏହି ଖାସ୍ ଦିନକୁ ସ୍ପେଶାଲ କରିବା ପାଇଁ ଏକ ଥିମ୍ ପାର୍ଟିର ପ୍ଲାନ କରିଛନ୍ତି ଏବଂ ଏହା ସହ ଆଉ ମଧ୍ୟ ଶୁଣିବାକୁ ମିଳୁଛି କରୀନା କପୁର ମଧ୍ୟ ନିଜର ପୁଅ ତୈମୁର ପାଇଁ କିଛି ଏମିତି ଥିମ୍ ପ୍ଲାନ୍ କରିଥିଲେ ।