ବଲିଉଡର ସୁପରଷ୍ଟାର ଓ ମୋଷ୍ଟ ଓାଂଟେଡ ବ୍ୟାଚେଲର ସଲମାନ ଖାନଙ୍କ ସମୟ ଏବେ ଖୁବ୍ ଭଲ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ଭାଇଜାନ ପାଲଟି ଯାଇଛନ୍ତି । ହେଲେ କେବେ ବିଭା ହେବେ , ଏ ଖୁସି ଖବରକୁ ଫ୍ୟାନମାନେ ଅନେଇ ବସିଛନ୍ତି । ଏବେ କିନ୍ତୁ ଫ୍ୟାନମାନଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଶୁଣିବାକୁ ମିଳୁଛି ଏବେ ସଲମାନ ପୂରା ଦମରେ ବିବାହ ପାଇଁ ପ୍ରସ୍ତୁତ ହେଲେଣି। ସେ ଆଉ କେହି ନୁହେଁ ନିଜର ବିଦେଶୀ ବାନ୍ଧବୀ ଲୁଲିୟା ହେବେ ସଲମାନଙ୍କ ରିୟଲ ଲାଇଫର ଜୀବନ ସଙ୍ଗିନୀ ।
ମିଳିଥିବା ସୂଚନା ମୁତାବକ ସଲମାନଙ୍କ ଘରେ ଏକ ବଡ ପାର୍ଟିର ଆୟୋଜନ ହୋଇଥିଲା। ଯେଉଁଥିରେ ହଲିଉଡ ଷ୍ଟାର ୱିଲ୍ ସ୍ମିଥ୍ ବି ଯୋଗ ଦେଇଥିଲେ। ସେହି ପାର୍ଟିରେ ସଲମାନ ନିଜେ ଘୋଷଣା କରିଛନ୍ତି ଯେ ଏହିବର୍ଷ ନଭେମ୍ବର ୧୮ ରେ ସେ ବିବାହ କରିବାକୁ ଯାଉଛନ୍ତି। ଆଗରୁ ସଲମାନ-ଲୁଲିୟାଙ୍କ ସଂପର୍କକୁ ନେଇ ସଲମାନଙ୍କୁ ଅନେକ ପ୍ରଶ୍ନ ପଚରାଯାଉଥିଲା। ହେଲେ ସଲମାନ ଏହାକୁ ଏଡେଇ ଦେଉଥିଲେ। ହେଲେ ଏବେ ନିଜେ ସ୍ୱୀକାର କରିଛନ୍ତି ସଲମାନ। ନଭେମ୍ବରରେ ଲୁଲିୟାଙ୍କ ଭିସା ତାରିଖ ବି ଶେଷ ହେବାକୁ ଯାଉଛି। ଏଣୁ ଯଦି ଏହି ଭିତରେ ସଲମାନଙ୍କ ବିବାହ ହୁଏ ତ ଫ୍ୟାନମାନେ ବହୁତ ଖୁସି ହେବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/salman-2-720x440.jpg)