ପୁଣି ଏକ ବାୟୋପିକ୍ ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ! ମେରୀ କମଙ୍କ ପରେ ଏବେ ପି.ଟି ଉଷାଙ୍କ ଜୀବନୀକୁ ନେଇ ଫିଲ୍ମ

32

ପୁଣି ଏକ ବାୟୋପିକରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା । ପ୍ରସିଦ୍ଧ ବକ୍ସର ମେରୀ କମଙ୍କ ବାୟୋପିକରେ ନିଜର ଅଭିନୟର କମାଲ ଦେଖାଇ ସମସ୍ତଙ୍କୁ ଇମ୍ପ୍ରେସ୍ କରିଥିବା ପ୍ରିୟଙ୍କା ଏବେ ସ୍ପୋର୍ଟସ୍ ବାୟୋପିକରେ ଅଭିନୟ କରିବେ ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ପ୍ରସିଦ୍ଧ ଅଲିମ୍ପିକ୍ ଚମ୍ପିୟନ ପି.ଟି ଉଷାଙ୍କର ବାୟୋପିକ୍ ତିଆରି ହେବାକୁ ଯାଉଛି । ଏବଂ ମେକର୍ସ ପ୍ରିୟଙ୍କା ଚୋପ୍ରାଙ୍କୁ ଏଇ ଫିଲ୍ମରେ ନେବାକୁ ଚାହିଁଛନ୍ତି । ଶୁଣାଯାଇଛି କି ଏହି ଫିଲ୍ମ ୧୦୦ କୋଟି ବଜେଟରେ ତିଆରି ହେବ । ଆହୁରି ମଧ୍ୟ ଖବର ଅଛି କି ‘ବେୱାଚ୍’ ଅଭିନେତ୍ରୀଙ୍କ ଛଡା ଏହି ଫିଲ୍ମରେ ପ୍ରସିଦ୍ଧ ସଂଗୀତଜ୍ଞ ଏ. ଆର୍. ରହମାନଙ୍କ ସହ ବି ସଂପର୍କ କରାଯାଇଛି । ଏବଂ ଏହି ଦୁଇ ସେଲିବ୍ରେଟିଙ୍କ ତରଫରୁ ଏବେ ସୁଦ୍ଧା କୌଣସି ଉତ୍ତର ମିଳିନାହିଁ ।

ପି.ଟି ଉଷାଙ୍କର ଏହି ବାୟୋପିକରେ ନିର୍ଦ୍ଦେଶନା ଦେବେ ରେବତୀ ଏସ୍.ବର୍ମା । ଯିଏ ତାମିଲ୍ ଓ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବହୁ ହିଟ୍ ଫିଲ୍ମ ଦେଇଛନ୍ତି । କୁହାଯାଉଛି କି ଏହି ଫିଲ୍ମକୁ ହିନ୍ଦୀ,ଇଂରାଜୀ, ଚାଇନିଜ୍ ଓ ରଷିୟନ ଭାଷାରେ ରିଲିଜ କରାଯିବାର ଯୋଜନା ରହିଛି ।