ବିଗ ବସର ପ୍ରଥମ ସୋ’ରେ ଭେଟ ହେବେ ଦୁଇ ‘ଜୁଡୱା’

30

ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସଲମାନ ଖାନଙ୍କର ରିଏଲିଟି ସୋ ‘ବିଗ ବସ’ର୧୧ତମ ସିଜିନ୍ । ଆଉ ଶୁଣିବାକୁ ମିଳୁଛି ଯେ ଏହାର ଆରମ୍ଭ ବହୁତ ଧମାକାଦାର୍varundhawan-salmankhan ହେବାକୁ ଯାଉଛି । ପ୍ରଥମ ଏପିସୋଡକୁ ଖାସ୍ କରିବା ପାଇଁ ଅନେକ ପ୍ରକାରର ପ୍ରସ୍ତୁତି କରାଯାଉଛି । ଏହି ସଂଖ୍ୟାରେ ଏବେ ଖୁଲାସା ହୋଇଛି କି ପ୍ରଥମ ଏପିସୋଡରେ ଖାସ୍ ଗେଷ୍ଟ କିଏ ହେବେ ।

କୁହାଯାଉଛି ଯେ ଏହି ଏପିସୋଡରେ ଦୁଇ ‘ଜୁଡୱା’ ପରସ୍ପର ସହ ଭେଟ ହେବେ । ପ୍ରକୃତରେ ୯୦ ଦଶକରେ ସଲମାନ ଖାନ୍ ଡେବିଡ ଧବନଙ୍କ ଫିଲ୍ମ ‘ଜୁଡୱା’ରେ ଡବଲ ରୋଲ୍ କରିଥିଲେ । ଏବଂ ଏହି ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା । ଏବେ ୨୦ ବର୍ଷ ପରେ ଡେବିଡ୍ ଧବନ ପୁଣି ଆଉ ଥରେ ନିଜର ପୂଅ ବରୁଣ ଧବନଙ୍କ ନେଇ ‘ଜୁଡୱା-୨’ କରୁଛନ୍ତି । ଯେଉଁଥିରେ ସଲମାନ ମଧ୍ୟ ଏକ ଛୋଟ କାମିଓ ରୋଲ୍ କରୁଛନ୍ତି ।

judwaa-2ସୂଚନା ମିଳିଛି ଯେ, ବିଗ୍ ବସ-୧୧ ର ଆରମ୍ଭରେ ‘ଜୁଡୱା-୨’ର କଳାକାରମାନେ ସ୍ୱତନ୍ତ୍ର ଅତିଥି ହୋଇ ସଲମାନଙ୍କ ସୋ’ରେ ପହଁଚିବେ । ଆଉ ସଲମାନ ଏମାନଙ୍କ ସହ ବହୁତ ମସ୍ତି କରିବେ । ଏବଂ ଫିଲ୍ମର ହିଟ୍ ଗୀତ ‘ଉଚି ହୈ ବିଲଡିଂ’ ଓ ‘ଟନ ଟନା ଟନ’ର ନୂଆ ଭର୍ଜନରେ ଏମାନେ ସବୁ ନୃତ୍ୟ ମଧ୍ୟ କରିବେ । ଖୁସିର କଥା ଏହି ଯେ, ନିକଟରେ ‘ଜୁଡୱା-୨’ର ଶୁଟିଂର ଶେଷ ଦିନ ସଲମାନ ଖାନ ନିଜେ ଏହି ଫିଲ୍ମର ସେଟ୍ ରେ ଉପସ୍ଥିତ ରହିଥିଲେ । ଫିଲ୍ମ ସହ ସଂପୃକ୍ତ ସୂତ୍ରରୁ ପ୍ରକାଶ ଯେ‘ଜୁଡୱା-୨’ର ଟିମ୍ ‘ବିଗ ବସ୍’ ର ସେଟରେ ପ୍ରକୃତ ‘ଜୁଡୱା’, ସଲମାନ ଖାନଙ୍କ ସହ ସାକ୍ଷାତ କରିବେ । ଶୁକ୍ରବାର ଏହି ଏପିସୋଡର ଶୁଟିଂ ମଧ୍ୟ ହୋଇସାରିଛି ।