ଲଣ୍ଡନ ଦେଖିବ ଓଡିଆ କୃତି : ବଲିଉଡ ସୁନ୍ଦରୀ ପ୍ରାଚୀ ଓଡିଆ ଡିଜାଇନରଙ୍କ ପୋଷାକ ପିନ୍ଧି ଚାଲିବେ ରାମ୍ପରେ

71

ବଲିଉଡ ସୁନ୍ଦରୀ ପ୍ରାଚୀ ଦେଶାଇ ଏବେ ପୁରା ପ୍ରସ୍ତୁତ । ଆସନ୍ତା ମାସରେ ଲଣ୍ଡନରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆନ ଫ୍ୟାଶନ ଉଇକ୍ ଲଣ୍ଡନ( ଆଇଏଫଡବ୍ଲୁଏଲ) ରେ ଚାଲିବେ ଏହି ଅଭିନେତ୍ରୀ । ରାମ୍ପରେ ଓଡିଆ ଡିଜାଇନରଙ୍କ ପୋଷାକରେ ଚମକାଇବେ ପ୍ରାଚୀ ଦେଶାଇ । ନିଜର ଫ୍ୟାଶନ ହାଏସ୍ ଡୋଲିଜ କାସବା ପାଇଁ ଖୁବ୍ ଜଣାଶୁଣା ଶ୍ୱେତା ପାରେଖ , ତିଆରି କରିଛନ୍ତି ସ୍ୱତନ୍ତ୍ର ପଟ୍ଟଚିତ୍ର ଡିଜାଇନ ପୋଷାକ । ଯାହା ପ୍ରଦର୍ଶିତ ହେବ ଲଣ୍ଡନରେ ଅନୁଷ୍ଠିତ ଏହି ଫ୍ୟାଶନ ଶୋ’ରେ ।

ଖ୍ୟାତିସଂପନ୍ନ କଳାକାର ପ୍ରାଚୀ ଦେଶାଇ ସେହି ଶୋ’ରେ ପିନ୍ଧିବେ ଶ୍ୱେତାଙ୍କ ତିଆରି ପୋଷାକ । ଆଉ ଏହି ଇଭେଣ୍ଟର ହେବେ ଶୋ ସ୍ଟୋପର । ଭୁବନେଶ୍ୱରରେ ଅନୁଷ୍ଠିତ ଫ୍ୟାଶନ ଉଇକରେ ନିଜର ଏହି ଫ୍ୟାବ୍ରିକରେ ତିଆରି ପଟ୍ଟଚିତ୍ର ଡିଜାଇନ ଦ୍ୱାରା ଶ୍ୱେତା ଅନେକ ପ୍ରଶଂସା ସାଉଁଟିଛନ୍ତି । ଆଉ ଏବେ ଲଣ୍ଡନରେ ଦେଖେଇବେ ନିଜର କମାଲ । ଓଡିଆର ସ୍ପର୍ଶ ଦେଖିବାକୁ ମିଳିବ ଲଣ୍ଡନରେ ।

ଅତିକମରେ ୧୦ ପ୍ରକାରର ଆପେରେଲ୍ ମଟକା ସିଲକରେ ମୟୁର ପୁଚ୍ଛର ଡିଜାଇନ ପ୍ରସ୍ତୁତ ହୋଇଛି । ଏହା ବ୍ୟତୀତ ଟ୍ରାଡିସନାଲ ପଟ୍ଟଚିତ୍ର ପେଟିଂ ହୋଇଛି । ଏହା ୱେଷ୍ଟର୍ଣ୍ଣ ଗାଉନ. ଶାଢୀ , କୁର୍ତି ଘାଗରା ,ଚୋଲି , ମେନସ ସାର୍ଟ ଓ ସେରୱାନି ଆଦି ସୁନ୍ଦର ଭାବେ ତିଆରି ହୋଇଛି । ଯାହା ଇଣ୍ଡୋ- ୱେଷ୍ଟର୍ଣ୍ଣର ଅନୁଭବ ଦେବ । ଡିଜାଇନର ଶ୍ୱେତା କହିଛନ୍ତି ଏହି ପଟ୍ଟଚିତ୍ର କଳା କେବଳ ଯେ , ଗ୍ଲୋବାଲାଇଜ ହେବ ତା ନୁହେଁ , ବିଶ୍ୱର ଲୋକମାନେ ଓଡିଶାର ସମୃଦ୍ଧ କଳା ନିପୂଣତା ଓ ସଂସ୍କୃତି ସହ ଅବଗତ ହେବେ ।

ଭୁବନେଶ୍ୱରର ଏହି ଡିଜାଇନର ହେରିଟେଜ କାଫ୍ଟ ଭିଲେଜ୍ ରଘୁନାଥପୁରର ୬ଜଣ କାରିଗରଙ୍କୁ ଏଥିରେ ନିଯୁକ୍ତ କରିଛନ୍ତି । ଆଉ ମଧ୍ୟ ଏହି ଡିଜାଇନର କହିଛନ୍ତି , ତାଙ୍କର ଲେବଲ ‘ଡଲି ପାରେଖ’କୁ ‘ଶ୍ୱେତା ପାରେଖ’ ରେ ବଦଳେଇ ଦିଆଯାଇଛି । ଏହି ଇଭେଣ୍ଟକୁ ଅର୍ଗାନାଇଜ କରିବେ ପ୍ଲାଟିନମ ଗ୍ରୁପ୍ । ଯାହା ନଭେମ୍ବର ୧୧ରେ ହମରସ୍ମିଥ ରୋଡ , ଅଲିମ୍ପିଆ ଲଣ୍ଡନରେ ଅନୁଷ୍ଠିତ ହେବ ।

(ସୌଜନ୍ୟ- ଓଡିଶା ସନଟାଇମ୍ସ)