ଅବିଶ୍ୱାସ ଯୋଗୁଁ ତୁଟି ନାହିଁ ସୁଜୈନଙ୍କ ସହ ସଂପର୍କ : ହ୍ରିତିକ୍ ରୋଶନ

50

ବଲିଉଡ ଅଭିନେତା ହ୍ରିତିକ୍ ରୋଶନ । ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ଖୁବ୍ ଏଣ୍ଟରଟେନ କରିଥାନ୍ତି । ସବୁ ଚିତ୍ର ଓ ଚରିତ୍ରରେ ଛାଡିଥାନ୍ତି ନିଜର ଏକ ଅଲଗା ଭିନ୍ନ ଛାପ । ଯାହାକୁ ଦର୍ଶକ ନିଜର ବାସ୍ତବ ଜୀବନରେ ସାଉଁଟିଛାନ୍ତି । କେତେବେଳେ ନିଜର ଅଭିନୟକୁ ନେଇ ତ କେବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ହ୍ରିତିକ୍ । ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ନିଜର ସାକ୍ଷାତକାରରେ ଖୋଲାଖୋଲି ନିଜର ମତ ଦେଇଛନ୍ତି । ସାକ୍ଷାତକାର ସମୟରେ ହ୍ରିତିକ୍ ରୋଶନ କହିଛନ୍ତି ନିଜର ବୈବାହିକ ଜୀବନର କଥା । ପତ୍ନୀ ସିଜୈନଙ୍କ ସହ ୧୪ ବର୍ଷ ଲମ୍ବା ସଂପର୍କ କୈାଣସି ଅବିଶ୍ୱାସ ଯୋଗୁଁ କଟିନାହିଁ । ଦୁହିଁଙ୍କ ଛାଡପତ୍ରର କାରଣ ହ୍ରିତିକଙ୍କର ଅନ୍ୟ କୋ-ଷ୍ଟାରଙ୍କ ସହ ଆଫେୟାର ବୋଲି କୁହାଯାଉଥିଲା , ପୁଣି ଅର୍ଜୁନ ରାମପାଳଙ୍କ ସହ ସୁଜୈନଙ୍କର ନିକଟତର ହେବାର ବୋଲି ଶୁଣାଯାଉଥିଲା ।

ହ୍ରିତିକ୍ କହିଛନ୍ତି , ‘ଏ ସବୁ କଥା ଠିକ୍ ନୁହେଁ । ସୁଜୈନ ଏ ବିଷୟରେ କହିଛନ୍ତି । ଏବଂ ମୋତେ ଲୋକଙ୍କ କଥାରେ ହସ ଲାଗୁଛି । ଯେତେବେଳେ ଛାଡପତ୍ର ହୁଏ , ତ ଏହାର କାରଣ ସବୁବେଳେ ଲୋକେ ପ୍ରେମ ,ପ୍ରତାରଣା ବୋଲି ଭାବିଥାନ୍ତି । ଏହା ଏକ ଛୋଟ ବିଚାର ଅଟେ । ମୁଁ ଖାଲି ଏହା କହିବାକୁ ଚାହୁଁଛି ଯେ, ଏମିତି ଅନେକ କାରଣ ଅଛି ଯାହାର କାରଣ ଲୋକେ ପରସ୍ପର ଠାରୁ ଅଲଗା ରହିବାକୁ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି । ଏକ ଛୋଟ ଚିନ୍ତାଧାରା ଲୋକଙ୍କର ଥାଏ ଯେ ସେ ସୁପରଷ୍ଟାର ,ତେଣୁ ତାର ନିଶ୍ଚିତ କୈାଣସି କିଛି ଭୁଲ୍ କରିଥିବେ । ଏବଂ ତାଙ୍କର ସ୍ତ୍ରୀ ତାଙ୍କୁ ଏ କାମ କରିବାରେ ଧରିଥିବେ ।’

ହ୍ରିତିକ୍ କହିଛନ୍ତି, ‘ଆମେ ବହୁତ ଭଲ ସାଥୀ ଅଟୁ । ଏହା ଆମ ଦୁହିଁଙ୍କ ବ୍ୟକ୍ତିଗତ କଥା । ଆମର ଅଲଗା ହେବାର କାରଣ ଅନ୍ୟକିଛି ହୋଇପାରେ , ଆପଣ କେମିତି ଜାଣିବେ ?’ ସୂଚନା ମଧ୍ୟ ଥିଲା ହ୍ରିତିକ୍ ନିଜର ପୂର୍ବ ପତ୍ନୀ ସୁଜୈନଙ୍କ ସହ ପୁଣି ସଂପର୍କ ଯୋଡିବାକୁ ଚାହିଁଛନ୍ତି । ଉଭୟ ଅଲଗା ହେବାପରେ ଅନେକ ହଲିଡେ ସାଥିହୋଇ ସେଲିବ୍ରେଟ୍ କରିଛନ୍ତି । ଏବଂ ସେ ସୋସିଆଲ୍ ମିଡିଆରେ ଫଟୋ ମଧ୍ୟ ସେୟାର କରିଥାନ୍ତି । ଆଉ କଙ୍ଗନା ମାମଲାକୁ ନେଇ ମଧ୍ୟ ସୁଜୈନ ହ୍ରିତିକଙ୍କର ପକ୍ଷ ନେଇଛନ୍ତି ।