ବଲିଉଡ୍ ଅଭିନେତା ରିତିକ୍ ରୋଶନ ଓ ସୁଜୈନ ଖାନ୍ ଦୁଇ ବର୍ଷ ତଳେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି । କିନ୍ତୁ ସେମାନେ କେବେହେଲେ ପରସ୍ପର ଭିତରେ କଳିତର୍କ କରିନାହାଁନ୍ତି କି କୈାଣସି ସ୍ଥାନରେ କେହି କାହା ବିରୁଦ୍ଧରେ କହିନାହାଁନ୍ତି । ନିଜର ପିଲାଙ୍କ ପାଇଁ ଦୁଇ ଜଣ ଅନେକ ଥର ସାଥି ହୋଇ ଛୁଟି କଟେଇବାର ଦେଖିବାକୁ ମିଳିଛି । ଏତେ ସବୁ ସତ୍ୱେ ଦୁହିଁଙ୍କ ରିଲେସନରେ କୈାଣସି ପ୍ୟାଚଅପ୍ ପଡିବାର ସମ୍ଭାବନା ଦେଖାଦେଇନି ।
ଖବର ଅନୁସାରେ ଗତ ସପ୍ତାହରେ ରିତକ୍ –ସୁଜୈନ ନିଜ ପିଲାଙ୍କ ସହ ଡିନର କରୁଥିବାର ନଜର ଆସିଥିଲେ । ଏବେ ସୁଜୈନ ନିଜର ଇଂଷ୍ଟାଗ୍ରାମରେ ହଲିଡେର ଫଟୋ ଶେୟାର କରିଛନ୍ତି । ଏହି ଫଟୋ ପ୍ରଶଂସକଙ୍କ ମହଲରେ ଏବେ ଖୁବ୍ ଆଦୃତ ହୋଇଛି । ନୂଆ ବର୍ଷ ପୂର୍ବରୁ ନିଜ ପିଲାଙ୍କ ସହ ରିତିକ୍ ଓ ସୁଜୈନ ଦୁବାଇରେ ଛୁଟି କଟାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/hritik.jpg)