ଅମିତାଭଙ୍କ ଠାରୁ ବଡ ସୁପରଷ୍ଟାର ହୋଇପାରିଥାନ୍ତେ ବିନୋଦ ଖାନ୍ନା : ଭୁଲ ନିଷ୍ପତ୍ତି ବଦଳେଇ ଦେଲା କ୍ୟାରିୟର

47

vkବଲିଉଡର ହ୍ୟାଣ୍ଡସମ ଅଭିନେତା ବିନୋଦ ଖାନ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖୁବ୍ ଖରାପ ହୋଇଯାଇଛି । ଯେଉଁଥି ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରେ ଲାଗିଛି ।

୧୯୬୯ରେ ଫିଲ୍ମ ଆସିଥିଲା ‘ମନ୍ କା ମିତ୍ ’ । ଏଥିରେ ବିନୋଦ ଖାନ୍ନା ସିଲଭର ସ୍କ୍ରିନରେ ଏକ ଖଳନାୟକ ଭାବେ ପାଦ ରଖିଥିଲେ । ଚରିତ୍ର କରୁଥିଲେ ଖଳନାୟକର । ହେଲେ ଲାଗୁଥିଲେ ଜଣେ ହିରୋ ମାର୍କା ଭଳି । ଏହାପରେ ବିନୋଦଙ୍କ ଫିଲ୍ମ କ୍ୟାରିୟର ଜୋରସୋରରେ ଆଗେଇଲା । ସମସ୍ତେ ତାଙ୍କୁ ଅପର ପରେ ଅପର ଦେଲେ । ୧୯୭୧ରେ ଗୁଲଜାର ଦ୍ୱାରା ନିର୍ଦ୍ଦେଶିତ ‘ମେରେ ଅପନେ’ଫିଲ୍ମରେ ବିନୋଦ ଖାନ୍ନା ପ୍ରଥମଥର ଏକ ନାୟକ ଭୂମିକାରେ ନଜର ଆସିଲେ । ବିନୋଦ ଖାନ୍ନା ଏମିତି ଜଣେ ଅଭିନେତା ,ଯିଏ ଯେକୈାଣସି ବଡ ଅଭିନେତାଙ୍କ ସହ ଫିଲ୍ମ କରିବାରେ ସଫଳ ଥିଲେ । ରାଜେଶ ଖାନ୍ନା , ଧର୍ମେନ୍ଦ୍ର ଓ ଅମିତାଭଙ୍କ ଭଳି ଅଭିନେତାଙ୍କ ସହ କାମ କରିଛନ୍ତି ।

୧୯୮୨ରେ ବିନୋଦ ଖାନ୍ନାଙ୍କ ଜୀବନରେ ନେଲେ ଏକ ବଡ ନିଷ୍ପତ୍ତି । ଯାହା ଦ୍ୱାରା ଅନେକ ପ୍ରଶଂସକ ତ ଖୁଃଖ କଲେ, ତା ସହ ତାଙ୍କ ଫିଲ୍ମ କ୍ୟାରିୟରରେ ବ୍ରେକ ଲାଗିଗଲା ଓ ନିଜ ସ୍ତ୍ରୀଙ୍କ ସହ ସଂପର୍କ ତୁଟିଗଲା । ଫିଲ୍ମ ଦୁନିଆ ଛାଡି ବିନୋଦ ଖାନ୍ନା ଆଚାର୍ଯ୍ୟ ରଜନିଶଙ୍କ ସହ ଆମେରିକା ଚାଲିଗଲେ । ଓଶୋ ଆଶ୍ରମରେ ଯାଇ ରହିଲେ । ଖବର ଅନୁସାରେ ସେଠାର ସେ ସାଧାରଣ ଲୋକଙ୍କ ଭଳି କଂସାବାସନ ସଫାକରିବା ସହ ବଗିଚା ମାଳୀ କାମ ବି କରୁଥିଲେ । ଏହାର ୫ବର୍ଷ ପରେ ଯେତେବେଳେ ବିନୋଦ ଖାନ୍ନା ଇଣ୍ଡଷ୍ଟ୍ରିକୁ ଫେରିଲେ ତ ଦ୍ୱିତୀୟ ପାଳି ଆଉ ଭଲ ରହିଲା ନାହିଁ । ଫିଲ୍ମ ବିଶେଷଜ୍ଞ ମତରେ ଯଦି ବିନୋଦ ଖାନ୍ନ ଫିଲ୍ମରୁ ବ୍ରେକ ନେଇ ନଥାନ୍ତେ ତ ଆଜି ଅମିତାଭ ବଚ୍ଚନଙ୍କ ଠାରୁ ବଡ ସୁପରଷ୍ଟାର ହୋଇପାରିଥାନ୍ତେ । କାରଣ ବିନୋଦ ଖାନ୍ନା ଅମିତାଭଙ୍କ ଠାରୁ ଅଧିକ ଲୋକପ୍ରିୟ ଓ ପ୍ରତିଭାବାନ ଥିଲେ ।