ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । 

120

କନକ ବ୍ୟୁରୋ: ଆଜି ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ଦଳ ପକ୍ଷରୁ ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ୫ଟିକିଆ ଟି-୨୦ ସିରିଜରେ ଉଭୟ ଦଳ ପ୍ରଥମ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ତେଣୁ ଆଜି ଦମଦାର ମ୍ୟାଚ ଦେଖିବାକୁ ମିଳିବ ।

ଇଂଲଣ୍ଡ ଭାରତ ବିପକ୍ଷରେ ପୂର୍ବରୁ ଟେଷ୍ଟ ସିରିଜରେ ପରାଜିତ ହୋଇଛି । ୩-୧ରେ ଇଂଲଣ୍ଡକୁ ପରାସ୍ତ କରିଥିଲା ଭାରତ । ତେବେ ଭାରତ ପୁଣି ଟି-୨୦ରେ ମଧ୍ୟ ଚମତ୍କାର ଦେଖାଇବ ବୋଲି ଆଶା ରହିଛି । ସେହିପରି ଟେଷ୍ଟରେ ପରାଜିତ ହୋଇଥିବା ଇଂଲଣ୍ଡ ଦଳ ଟି-୨୦ରେ ଫର୍ମକୁ ଫେରିବାକୁ ଚେଷ୍ଟା କରିବ ।