ଆଇପିଏଲ ନିଲାମୀ ପୂର୍ବରୁ ଓହରିଲେ ଇଂଲଣ୍ଡ ଖେଳାଳି ମାର୍କ ଉଡ୍ । ଜାଣନ୍ତୁ ଓହରିବା ପଛର କାରଣ?

298

କନକ ବ୍ୟୁରୋ : ଆଇପିଏଲର ୧୪ ତମ ସଂସ୍କରଣର ଖେଳାଳି ନିଲାମ ପୂର୍ବରୁ ନିଲାମୀ ପ୍ରକ୍ରିୟାରୁ ଓହରିଲେ ଇଂଲଣ୍ଡର ପେସ ବୋଲର ମାର୍କ ଉଡ । ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ନିଲାମୀରୁ ସେ ଓହରି ଯାଇଥିବା ଦର୍ଶାଇଛନ୍ତି । ଆଜି ଚେନ୍ନାଇରେ ଆଇପିଏଲ ପାଇଁ ୨୯୨ ଖେଳାଳିଙ୍କୁ ନିଲାମୀ ପାଇଁ ସର୍ଟ ଲିଷ୍ଟ କରାଯାଇଛି ।

ଚଳିତ ବର୍ଷ ଆଇପିଏଲ ନିଲାମୀରେ ଉଡଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଥିଲା । ହେଲେ ଏହାପୂର୍ବରୁ ସେ ଓହରି ଯାଇଥିଲେ । ସେ କହିଛନ୍ତି ଯେ ନିଜ ପରିବାର ସହ ସେ କିଛି ସମୟ ବିତାଇବାକୁ ଚାହୁଁଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ଦୁଇଟି ଟେଷ୍ଟ ମ୍ୟାଚରେ ଉଡଙ୍କୁ ବିଶ୍ରାମ ଦିଆଯାଇଥିଲା । ହେଲେ ଆଗାମୀ ଡେ ନାଇଟ ଟେଷ୍ଟ ପାଇଁ ସ୍କାର୍ଡରେ ତାଙ୍କ ନାଁ ଘୋଷଣା ହୋଇଛି ।

ମାର୍କ ଉଡ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଆଇପିଏଲ ଖେଳିଥିଲେ । ସେହି ସିଜିନରେ ଉଡ କେବଳ ଗୋଟିଏ ମ୍ୟାଚ ଖେଳିଥିଲେ । ଏହାପରେ ଉଡ ଦୁଇ ବର୍ଷ ଆଇପିଏଲର କୌଣସି ମ୍ୟାଚ ଖେଳିନଥିଲେ । ଆଶା କରାଯାଉଥିଲା ଏଥର ଆଇପିଏଲରେ ଉଡ ଭଲ ପ୍ରଦର୍ଶନ କରିବେ । ହେଲେ ଏହା ପୂର୍ବରୁ ସେ ନିଲାମୀରୁ ଓହରି ଯାଇଛନ୍ତି ।