ଓଡ଼ିଶା ପୁରୁଷ ହକି ବିଶ୍ୱକପ : ରୋମାଞ୍ଚକର ମ୍ୟାଚରେ ଆୟରଲାଣ୍ଡକୁ ୪-୨ ଗୋଲରେ ହରାଇଲା ଇଂଲଣ୍ଡ ।

81

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଶୁକ୍ରବାର ଏକ ରୋମାଞ୍ଚକ ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଛି । କଳିଙ୍ଗ ଷ୍ଟାଡିୟମରେ ପୁଲ-ବି ମୁକାବିଲା ଉଭୟ ଦଳ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା। ଆୟରଲାଣ୍ଡ ଗୋଟିଏ ଗୋଲ ଦେବାର କିଛି ସମୟ ମଧ୍ୟରେ ଇଂଲଣ୍ଡ ଆଉ ଗୋଟିଏ ଗୋଲ ଦେଉଥିଲା। ଫଳରେ ବିଶ୍ୱକପରେ ୨୦ତମ ମ୍ୟାଚ ରୋମାଞ୍ଚକ ଥିଲା।

ଶୁକ୍ରବାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶ୍ୱକପର ୧୪ତମ ସଂସ୍କରଣର ୧୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଚୀନ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। କଳିଙ୍ଗ ଷ୍ଟାଡିୟମରେ ଗୋଟିଏ ପରେ ଗୋଟିଏ ଗୋଲ ଦେଖି ଦର୍ଶକମାନେ ଅଧିକ ଉତ୍ସାହିତ ହୋଇଥିଲେ।

ଏହି ମ୍ୟାଚକୁ ଜିତିବା ସହିତ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ ୩ଟି ମ୍ୟାଚରେ କ୍ରମାଗତ ବିଜୟୀ ହୋଇ ୯ ପଏଣ୍ଟ ହାସଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ‘ପୁଲ-ବି’ର ପଏଣ୍ଟ ତାଲିକାରେ ଶ୍ରେଷ୍ଠ ସ୍ଥାନ ଦଖଲ କରିଛି।