ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଅଶ୍ୱିନୀଙ୍କ ଯାଦୁଗରୀ ବୋଲିଂ ଆଗରେ ଆଣ୍ଠେଇଲା ବ୍ରିଟିଶ ଦଳ । ପ୍ରଥମ ଇଂନିସରେ ୧୩୪ ରନରେ ଅଲଆଉଟ୍ ।

144

କନକ ବ୍ୟୁରୋ: ଆର ଅଶ୍ୱିନୀଙ୍କ ସ୍ପିନ ବୋଲିଂ ଆଗରେ ଆଣ୍ଠେଇଛି ଇଂଲଣ୍ଡ ଦଳ । ଯାହା ଫଳରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଇଂଲଣ୍ଡ ମାତ୍ର୍ ୧୩୪ ରନ କରି ଅଲଆଉଟ୍ ହୋଇଯାଇଛି । ଦଳ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବି ଛୁଇଁପାରିନାହାନ୍ତି ।

ରବିବାର ଭାରତୀୟ ଦଳ ନିଜ ବ୍ୟାଟିଂ ଜାରି ରଖିବା ସହିତ ପ୍ରଥମ ଇଂନିସରେ ୩୨୯ ରନ କରି ଅଲଆଉଟ୍ ହୋଇଥିଲା । ଦଳ ପ କ୍ଷରୁ ରୋହିତ ଶର୍ମା ଦମଦାର ୧୬୧ ରନର ଇଂନିସ ଖେଳିଥିଲେ । ଶେଷ ଆଡକୁ ରିଷବ ପନ୍ତ ମଧ୍ୟ ଚତ୍ମକାର ବ୍ୟାଟିଂ କରିଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୋନ ଓ ମୋଇନ୍ ଅଲ୍ଲୀ ଯଥାକ୍ରମେ ୪ଟି ଓ ୩ଟି ୱିକେଟ୍ ନେଇଥିଲେ ।

ଏହାପରେ ଇଂଲଣ୍ଡ ନିଜର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଦଳ ମାତ୍ର ୫୨ ରନରେ ନିଜର ୫ ୱିକେଟ୍ ହରାଇଥିଲା । ଏହାପରେ ଶେଷଆଡକୁ ବିନ ଫୋକ୍ସ ୪୨ ରନର ଇଂନିସ ଖେଳିବାରୁ ଦଳର ସ୍କୋର ଶହେ ଟପିଥିଲା । ହେଲେ ବି ଅଶ୍ୱିନୀଙ୍କ କମାଲ ବୋଲିଂ ଆଗରେ ଇଂଲଣ୍ଡ ମାତ୍ର ୧୩୪ ରନ କରି ଅଲଆଉଟ୍ ହୋଇଯାଇଛି ।