ବନ୍ଧାହେଲେ ରସିକିଆ ଜେଇ : ଚତୁର୍ଥ ପତ୍ନୀଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ

220

କନକ ବ୍ୟୁରୋ : ଗିରଫ ହେଲେ ରସିକିଆ ଜେଇ । ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ପୁଲିସ । ଯନ୍ତ୍ରୀ ଜଣକ ଜଣେ କି ଦୁଇ ଜଣ ନୁହେଁ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ଚତୁର୍ଥ ପତ୍ନୀ । ଜଣେ ସ୍ତ୍ରୀ ଥିବା ସତ୍ୱେ କିଷାନ ଆଉ ତିନି ଜଣଙ୍କୁ ବିବାହ କରିଛନ୍ତି । ଏନେଇ ପତ୍ନୀ ସୁନୀତା ନିଜ ପରିବାର ସହିତ ରାୟଗଡା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ବିଭିନ ସମୟରେ ସୁନୀତାଙ୍କୁ ସେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଛି ।

ଏପରିକି ଅଧିକ ଯୌତୁକ ଦାବି କରୁଥିବା ଏତଲାରେ ଦର୍ଶାଇଛନ୍ତି । ମାଟ୍ରିମୋନିଆଲ ସାଇଡରୁ ଉଭୟଙ୍କ ସମ୍ପର୍କ ଗଢି ଉଠିଥିବା ବେଳେ ପରିବାର ଲୋକଙ୍କ ସମତିରେ ବିବାହ ହୋଇଥିଲା । ହେଲେ ୫ମାସ ପରେ ସମ୍ପର୍କରେ ଆସିଥିଲା ତିକ୍ତତା । ସୁନୀତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ବେଳେ ସୁନୀତା ତାଙ୍କର ଚତୁର୍ଥ ସ୍ତ୍ରୀ ବୋଲି ଜାଣି ପାରିଥିଲେ । ପରେ ଘଟଣା ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ସୁନୀତା । ଏତଲା ଆଧାରରେ ଯନ୍ତ୍ରୀ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।