କନକ ବ୍ୟୁରୋ : ଟ୍ରେଡମିଲରେ ୱାର୍କଆଉଟ କରୁଥିବା ବେଳେ ଯୁବକଙ୍କର ମୃତ୍ୟୁ । ଦିଲ୍ଲୀର ରୋହିଣି ଅଞ୍ଚଳରେ ଜିମରେ ୱାର୍କଆଉଟ କରୁଥିବା ସମୟରେ ଟ୍ରେଡମିଲରେ ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏହାସହ ଜିମର ପରିଚାଳକଙ୍କ ବିରୋଧରେ ମାମଲଶ ରୁଜୁ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ, ରୋହିଣି ସେକ୍ଟର ୧୯ରେ ରହୁଥିବା ସକ୍ଷମ ପୃଥି ନିକଟସ୍ଥ ଜିମକୁ ବ୍ୟାୟାମ କରିବାକୁ ଯାଆନ୍ତି । ମଙ୍ଗଳବାର ସକାଳୁ ମଧ୍ୟ ସକ୍ଷମ ଜିମକୁ ଯାଇ ଟ୍ରେଡମିଲରେ ଦୌଡୁଥିଲେ । କିନ୍ତୁ ହଠାତ୍ ଟ୍ରେଡମିଲରେ ବିଦ୍ୟୁତ ପ୍ରବାହିତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ ସକ୍ଷମ । ସଙ୍ଗେସଙ୍ଗେ ସକ୍ଷମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଯାଞ୍ଚ ଆରମ୍ଭ କରିଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ସକ୍ଷମଙ୍କ ମୃତ୍ୟୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାରୁ ହୋଇଛି ।
Follow Us