ଖସିଯିବାକୁ ଚେଷ୍ଟା କରୁଥିଲେ ୨ ଆତଙ୍କବାଦୀ, ଗୋଡେଇ ଗୋଡେଇ ଏନକାଉଁଟର କଲେ ସୁରକ୍ଷାକର୍ମୀ

176

କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ବଡ଼ଗାମରେ ମଙ୍ଗଳବାର ସୁରକ୍ଷାକର୍ମୀମାନେ ଲସ୍କର ଆତଙ୍କୀ ସଙ୍ଗଠନର ଦୁଇ ଆତଙ୍କୀଙ୍କୁ ଏନକାଉଂଟର କରିଛନ୍ତି । ସେହି ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଆତଙ୍କୀମାନେ ଲୁଚିଥିବା ଖବର ମିଳିଥିଲା । ଏହା ପରେ ସେନାର ଯବାନ ଓ ପୁଲିସ ମିଶି ଜଏଂଟ ଅପରେସନରେ ଦୁଇ ଆତଙ୍କୀକୁ ନିହତ କରିଛନ୍ତି । ତେବେ ପ୍ରଥମେ ଦୁଇଜଣ ଆତଙ୍କୀ ଖସି ଯାଇଥିବାବେଳେ ପରେ ଏନକାଉଁଟର ରେ ଏସଏସପି ଅଫିସ ନିକଟରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ସକାଳ ସମୟରେ ଏସଏସପି ଅଫିସ ପାଖ ଚେକପୋଷ୍ଟ ନିକଟରେ ସୁରକ୍ଷାକର୍ମୀ ୨ ଜଣ ସନ୍ଦିଗ୍ଧଙ୍କୁ ଯିବାର ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁଇଜଣ ଦୈାଡ଼ିବାକୁ ଲାଗିଥିଲେ । ଏହା ସହ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ । ମୃତ ଦୁଇ ଲସ୍କର ଆତଙ୍କୀ ସଙ୍ଗଠନ ସହ ସମ୍ପୃକ୍ତ ଥିବା ପୁଲବାମାର ଅରବାଜ ମୋର୍ ଏବଂ ସାହିଦ ଅହମ୍ମଦ ଶେଖ ବୋଲି ଜଣାପଡ଼ିଛି ।