କାନ୍ଦିଲେ କଙ୍ଗାରୁ କ୍ୟାପଟେନ୍ ! ଭୁଲ ପାଇଁ ଅନୁତାପ କଲେ ସ୍ମିଥ, କହିଲେ ଏଭଳି ଭୁଲ ଆଉ ଜୀବନରେ ହେବନି

39
ସ୍ମିଥଙ୍କ ଆଖିରେ ଲୁହ । ବଲ ଟାମ୍ପରିଂ ଅଭିଯୋଗରେ କ୍ରିକେଟରୁ ବାସନ୍ଦ ହେବା ପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ । ନିଜ ଭୁଲ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି ଏହି ଖେଳାଳି ଜଣକ । ଏପରିକି ଦୂରଦୃଷ୍ଟି ଅଭାବରୁ ସେ ନେଇ ଥିବା ନିଷ୍ପତି ଭୁଲ ଥିବା ସ୍ମିଥ ଗଣମାଧ୍ୟମ ଆଗରେ ମାନିଛନ୍ତି ।
Emotional Smith breaks down in press conferenceଏ ହେଉଛି ସେହି ମୁହୂର୍ତ ଯେବେ ସ୍ମିଥଙ୍କ ଆଖିରୁ ଝରୁଥିଲା ଅନୁତାପର ଲୁହ । କେପଟାଉନରେ କରିଥିବା ଭୁଲ ପାଇଁ କ୍ରିକେଟପ୍ରେମୀ ଓ ଅଷ୍ଟ୍ରେଲିଆ ଦେଶବାସୀଙ୍କ ପାଖରେ କ୍ଷମା ମାଗୁଥିଲେ ପୂର୍ବ ଅଷ୍ଟ୍ରେଲିଆ କ୍ୟାପଟେନ । ବଲ ଟାମ୍ପରିଂ ଭୁଲ ପାଇଁ ଆଜୀବନ ଅନୁତାପ କରିବେ, କହୁଥିଲେ ସ୍ମିଥ । ଶୁଣନ୍ତୁ କଣ ଥିଲା ସ୍ମିଥଙ୍କ ରୁଦ୍ଧ ଗଳାରେ  ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବଲ ଟାମ୍ପରିଂ କରିବା ଅଭିଯୋଗରେ ଗତକାଲି ସଜା ଶୁଣାଇଥିଲା କ୍ରିକେଟ ଅଷ୍ଟ୍ରେଲିଆ  । ଏହି ମାମଲାରେ ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣରଙ୍କ ଉପରେ କର୍ତୃପକ୍ଷ ବର୍ଷକ ପାଇଁ ନିଷେଧାଦେଶ ଜାରି କରିଥିଲେ  । ସେହିପରି ବେନକ୍ରଫ୍ଟଙ୍କ ଉପରେ ବି ୯ମାସ ପାଇଁ ବ୍ୟାନ ଲଗାଯାଇଥିଲା  । ପକ୍ଷ ରଖିବାକୁ ତିନି ଖେଳାଳୀଙ୍କୁ ୭ ଦିନର ସମୟ ଦିଆଯାଇଥିବା ବେଳେ ଆଜି ସ୍ମିଥ ଅନୁତାପ କରିଛନ୍ତି  ।
ବର୍ଷକ ପାଇଁ ବ୍ୟାନ ହୋଇଥିବା ଷ୍ଟିଭ ସ୍ମିଥଙ୍କ ଆଇପିଏଲ ଯାତ୍ରା ଉପରେ ବି ଅଙ୍କୁଶ ଲାଗି ସାରିଛି  । କ୍ରିକେଟ ଅଷ୍ଟ୍ରେଲିଆର ନିଷେଧାଦେଶ ପରେ ସ୍ମିଥ ଆଇପିଏଲର ଚଳିତ ସିଜନ ଖେଳିବେନାହିଁ  । ତେବେ ପ୍ରଶଂସକ ଓ ଅଧିକାରୀ କ୍ଷମା ନ କରିବା ପର୍ଯ୍ୟନ୍ତ ଜେଂଟେଲମ୍ୟାନଙ୍କ ଗେମ କ୍ରିକେଟରେ ସ୍ମିଥଙ୍କ କମବ୍ୟାକ ସମ୍ଭବ ହେବନି ଏହା ଅନ୍ତତଃ ସ୍ପଷ୍ଟ । ସ୍ମିଥଙ୍କ ଆଖିଲୁହ ହୁଏତ ତାଙ୍କୁ କ୍ଷମା ପାଇବାରେ ସହାୟତା କରିପାରେ  ।