ଆଣ୍ଟିଜେନ୍ ଧରିପାରୁନି ଓମିକ୍ରନ୍ ! ନୂଆ ଅଧ୍ୟୟନରୁ ଆସିଲା ତଥ୍ୟ

୩୦ ଜଣଙ୍କଠାରେ କରାଯାଇଥିଲା ପରୀକ୍ଷା; ଆଣ୍ଟିଜେନ୍ ନେଗେଟିଭ୍ ପରେ ବି ଚିହ୍ନଟ ହୋଇଛି ଓମିକ୍ରନ୍

207

କନକ ବ୍ୟୁରୋ : ଆଣ୍ଟିଜେନ୍ ଟେଷ୍ଟ ଧରିପାରୁନି ଓମିକ୍ରନ । ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି । ନ୍ୟୁୟର୍କ ଟାଇମସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆଣ୍ଟିଜେନ୍ ପରୀକ୍ଷା ଓମିକ୍ରନ ସଂକ୍ରମଣ କୁ ଧରିପାରୁନାହିଁ ବୋଲି ଜଣାପଡିଛି । ଡିସେମ୍ବରରେ ୫ଟି ସ୍ଥାନରେ ୩୦ ସଂକ୍ରମିତଙ୍କ ଜଣଙ୍କ ଠାରେ ପ୍ରାୟ ପରୀକ୍ଷା କରାଯାଇଥିଲ । ନାକରୁ ସ୍ୱାବ ନିଆଯାଇ ଏମାନଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଆମେରିକାର କୋଭିଡ-୧୯ ସ୍ପୋର୍ଟସ ଓ ସୋସାଇଟି ୱାର୍କି ଗ୍ରୁପ ଏହି ଅଧ୍ୟୟନ କରିଥିଲା । ଏହି ଅଧ୍ୟୟନରୁ ଜଣାପଡିଛି, ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ଓମିକ୍ରନ ଭାଂଟିଆଟକୁ ଠିକ ଭାବେ ଚିହ୍ନଟ କରାଯାଇପାରୁନି । ତେବେ ଏହା ସ୍ପଷ୍ଟ ହୋଇପାରିନାହିଁ , ଆଣ୍ଟିଜେନ୍ ଟେଷ୍ଟ ସମୟରେ ସଂକ୍ରମଣ ହୋଇଥିଲା ନା ନାହିଁ ।

ସେପଟେ, ସଂକ୍ରାମକ ରୋଗ ମହାମାରୀବିତ୍‌ ତଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘କୋଭିଡ୍‌-୧୯ ଟେକ୍‌ନିକାଲ୍‌ ଲିଡ୍‌’ ମାରିଆ ଭାନ୍‌ କେର୍‌ଖୋଭ୍‌ କହିଛନ୍ତି, ହଁ, ମାତ୍ରାଧିକ ସରଳ ବର୍ଣ୍ଣନା ବିପଜ୍ଜନକ ହୋଇପାରେ । ‘ଡେଲ୍‌ଟା’ ତୁଳନାରେ ଡାକ୍ତରଖାନା ଭର୍ତ୍ତି ବିପଦ କମ୍‌ ଜଣାପଡୁଥିଲେ ବି ଓମିକ୍ରନ୍‌କୁ ‘ସାମାନ୍ୟ ରୋଗ’ ବିଚାରିବା ବିପଜ୍ଜନକ । କମ୍ ବିପଦ ଥିଲେ ବି ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଉଛି । ଡାକ୍ତରଖାନା ଉଛୁଳି ପଡ଼ିବ । ଦୟାକରି ସାବଧାନତା ଅବଲମ୍ବନ କରନ୍ତୁ । ‘ଓମିକ୍ରନ୍‌ କରୋନା ଭାଇରସ୍‌’ଜନିତ କୋଭିଡ୍‌ ସଂକ୍ରମଣ ମାମଲାର ଦ୍ରୁତ ବୃଦ୍ଧି ବିପକ୍ଷରେ କଟକଣା କଠୋର କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନେକ ବାର ସରକାରମାନଙ୍କୁ ସତର୍କ କରାଇ ଦେଇଛି । କୋଭିଡ୍‌ ସୁନାମି ଆସିବ ବୋଲି ପୂର୍ବରୁ ଚେତାବନୀ ଦେଇ ଉତ୍ସବାନୁଷ୍ଠାନ ଏବଂ ଜନସମାଗମ ବାତିଲ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ ସୂଚନା ଜାରି କରିଥିଲା ।