ଏମାର ମଠ ଉଚ୍ଛେଦକୁ ନେଇ ଆସିଲା ବଡ ଖବର। ସଫଳ ହେଲା ପ୍ରଶାସନର ଉଦ୍ୟମ। ବୁଝାସୁଝା ପରେ ମଠରୁ ବାହାରିବାକୁ ମାନିଲେ ମହନ୍ତ

ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ମହନ୍ତଙ୍କ ସହିତ ସକାଳେ ପୁଣି ଆଲୋଚନା କରି ବୁଝାସୁଝା କରିଥିଲେ । ଶେଷରେ ମହନ୍ତ ରାଜି ହୋଇଛନ୍ତି ।

1,288

କନକ ବ୍ୟୁରୋ: ଏମାର ମଠ ଉଚ୍ଛେଦକୁ ନେଇ ସବୁଠୁ ବଡ ଖବର । ପ୍ରଶାସନର ଦୀର୍ଘ ସମୟର ଉଦ୍ୟମ ସଫଳ ହୋଇଛି । ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ରାଜି ହୋଇଛନ୍ତି । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ମହନ୍ତଙ୍କ ସହିତ ସକାଳେ ପୁଣି ଆଲୋଚନା କରି ବୁଝାସୁଝା କରିଥିଲେ । ଶେଷରେ ମହନ୍ତ ରାଜି ହୋଇଛନ୍ତି । ସେ ମଠ ଛାଡିବେ । ସେପଟେ ମଠରୁ ମହନ୍ତ ହଟିବା ପରେ ଉଚ୍ଛେଦ କାମ ଆଗେଇ ନେବାକୁ ପ୍ରଶାସନ ମଧ୍ୟ ପ୍ରସ୍ତୁତି କରିଛି ।

ଆଜି ଏମାର ମଠର ମୁଖ୍ୟ ମନ୍ଦିର ବା ଗାଦିକୁ ଛାଡି ଅନ୍ୟ ସମସ୍ତ ଉଚ୍ଛେଦ ସାରିବାକୁ ପ୍ରଶାସନ ଯୋଜନା ରଖିଛି । ସେପଟେ ଆଜି ୨୦ଟି ଦୋକାନ ଭଂଗା ଯିବାକୁ ମଧ୍ୟ ଯୋଜନା ରହିଛି । ବଣିଆ ପଟି ରୁ ୧୦ରୁ ଅଧିକ ଗହଣା ଦୋକାନକୁ ଉଚ୍ଛେଦ କରାଯିବ । ସେପଟେ ଉଚ୍ଛେଦକୁ ନଜରରେ ରଖି ସେସୁ ପକ୍ଷର ବିଜୁଳି କାଟ୍ କରାଯାଇଛି । କାକୁଡି ଖାଇ ଛକରୁ ଦୋଳମଣ୍ଡପ ସାହି ଯାଏଁ ରାସ୍ତାକୁ ସିଲ୍ କରାଯାଇଛି । ସୁରକ୍ଷାରେ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି ।