ଟ୍ୱିଟର ବ୍ଲୁ ଟିକକୁ ନେଇ ମସ୍କଙ୍କ ନୂଆ ଯୋଜନା, ପ୍ରତ୍ୟେକ ଦେଶର ଲୋକଙ୍କ ରୋଜଗାରକୁ ନେଇ ସ୍ଥିର ହେବ ବ୍ଲୁ ଟିକ୍ ଦେୟ

90

କନକ ବ୍ୟୁରୋ : ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ କମ୍ପାନୀ ତାର ବିଭିନ୍ନ ପରିବର୍ତ୍ତନ କରିବାରେ ଲାଗିଛି । ଏହାରି ମଧ୍ୟରେ କମ୍ପାନୀ ତାର ଗ୍ରାହକମାନଙ୍କୁ ବ୍ଲୁ ଟିକ୍ ସବକ୍ରିପସନ ବାବଦରେ ମାସିକ ଚାର୍ଜ ଆଦାୟ କରିବାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଏପଟେ ମସ୍କ ସ୍ପଷ୍ଟ କରିଛନ୍ତି କି, ଟ୍ୱିଟର ପ୍ଲାଟଫର୍ମକୁ ମାଗଣାରେ ଚଳାଇବାକୁ ଦିଆଯିବ ନାହିଁ । ଏଥିପାଇଁ ସେ ଟ୍ୱିଟରରେ ବ୍ଲୁ ଟିକ୍ ସବସ୍କ୍ରାଇବରମାନଙ୍କ ଠାରୁ ମାସିକ ୮ ଡଲାର ଅର୍ଥାତ ପାଖାପାଖି ୬୬୦ ଟଙ୍କା ଆଦାୟ କରିବାକୁ ଘୋଷଣା କରିଥିଲେ ।

ଏହାସହ ମସ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ପ୍ରତ୍ୟେକ ଦେଶରେ ବ୍ଲୁ ଟିକ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ଅଲଗା ଅଲଗା ହେବ । କେଉଁ ଦେଶର ଲୋକେ କେତେ ଚାର୍ଜ ଦେବେ ତାହା ସେହିଦେଶର ଲୋକଙ୍କ ଖର୍ଚ୍ଚ କରିବାର କ୍ଷମତା ଉପରେ ନିର୍ଭର କରାଯିବ ।

ସୂଚନା ଥାଉକି ଏଲନ ମସ୍କ ଟ୍ୱିଟରକୁ କିଣିବା ପୂର୍ବରୁ ଏହି ପ୍ଳାଟଫର୍ମ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଥିଲା । ଏହାପରେ ବ୍ଲୁ ଟିକ୍ ସବକ୍ରିପସନ ପାଇଁ ଚାର୍ଜ ଆଦାୟ କରିବାକୁ ଅଫର କରାଗଲା । ପ୍ରଥମେ ଏହାର ଚାର୍ଜ ୨୦ ଡଲାର ରହିବ ବୋଲି କୁହାଯାଇଥିଲା । ହେଲେ କିଛିଦିନ ପରେ ଏହାକୁ ବଦଳାଇ ୮ ଡଲାର ବୋଲି କୁହାଗଲା । ଏବେ ଏଲନ ମସ୍କ ଘୋଷଣା କରିଛନ୍ତି ଯେ ବ୍ଲୁ ଟିକ୍ ସବସ୍କ୍ରିପସନ ପାଇଁ ଅଲଗା ଅଲଗା ଦେଶରେ ଅଲଗା ଅଲଗା ଚାର୍ଜ ଲାଗୁ କରାଯିବ ।