ମହାକାଶ ପର୍ଯ୍ୟଟନ ଆରମ୍ଭ କଲେ ଏଲନ ମସ୍କ: ପର୍ଯ୍ୟଟକଙ୍କୁ ନେଇ ମହାକାଶ ଅଭିମୁଖେ ମହାକାଶ ଯାନ

423

କନକ ବ୍ୟୁରୋ: ମହାକାଶ କେନ୍ଦ୍ରକୁ ଯାତ୍ରା କରିବାର ସ୍ୱପ୍ନ ସତ ହେବାକୁ ଯାଉଛି । ୪ ଜଣିଆ ସଦ୍ୟସ୍ୟଙ୍କୁ ନେଇ ଆମେରିକାରୁ ଉଡାଣ ଭରିଛି ଏଲନ ମକ୍ସଙ୍କ କମ୍ପାନୀ ସ୍ପେସଏକ୍ସର ରକେଟ ଫାଲକନ -୯ । ସ୍ପେସ ଯାତ୍ରା ପାଇଁ ଗୋଟିଏ ଟିକେଟର ମୂଲ୍ୟ ୪୧୭ କୋଟି ଟଙ୍କା ରହିଥିବା ଜଣାପଡିଛି । ଅନ୍ତର୍ଜତୀୟ ମହାକାଶ କେନ୍ଦ୍ରକୁ ଏହା ପ୍ରଥମ କମର୍ସିଆଲ ଯାତ୍ରା ।

ଇତିହାସ ରଚିବାକୁ ଯାଉଛି ଏଲନ ମସ୍କଙ୍କ କମ୍ପାନୀ ସ୍ପେଶ ଏକ୍ସ । ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ସ୍ପେଶ ଏକ୍ସ କମ୍ପାନୀର ରକେଟ । ଶୁକ୍ରବାର ଆମେରିକାର ଫ୍ଲୋରିଡିଆରୁ ୪ ଜଣ ସଦସ୍ୟଙ୍କୁ ନେଇ ମହାକାଶକୁ ଯାତ୍ରା ଆରମ୍ଭ କରିଛି ସ୍ପେଶ ଏକ୍ସ କମ୍ପାନୀର ରକେଟ ଫାଲକନ-୯ । ୧୦ ଦିନିଆ ଏହି ମହାକାଶ ଯାତ୍ରା ପାଇଁ ଜଣକ ପିଛା ୪୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ମହାକାଶକୁ ଯାତ୍ରା କରୁଥିବା ୪ ଜଣିଆ ଏହି ଟିମରେ ୩ ଜଣ ବ୍ୟବସାୟୀ ଓ ଜଣେ ନାସାର ପୂର୍ବତନ ବୈଜ୍ଞାନିକ ରହିଛନ୍ତି ।

ମହାକାଶକୁ ଛୁଟି କାଟିବା ପାଇଁ ସାଧାରଣ ନାଗରିକ ଯାଇପାରିବା ଭଳି ଯୋଜନାକୁ କାର୍ଯ୍ୟକାରୀ କରି ଦେଖାଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ତାଙ୍କ କମ୍ପାନୀ ଦ୍ୱାରା ପ୍ରେରଣ ହେଉଥିବା ମହାକାଶ ଯାନ ପୃଥିବୀ ପୃଷ୍ଠରୁ ୫୭୫କିଲୋମିଟର ଦୂର ପର୍ଯ୍ୟନ୍ତ ଯିବ ଏବଂ ସେଠାରେ କିଛି ସମୟ ରହିବା ପରେ ପୁଣି ଫେରିବ ।

ମହାକାଶ ଯାତ୍ରାକରିବାର ସ୍ୱପ୍ନ ସତ ହେବାକୁ ଯାଉଛି । ପ୍ରଥମଥର ପାଇଁ ମହାକାଶ କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛି ସ୍ପେଶ ଏକ୍ସ କମ୍ପାନୀର ରକେଟ ଫାଲକନ-୯ । ଏବଂ ଏହି ଯାତ୍ରା ପାଇଁ ସ୍ପେଶ ଏଜେନ୍ସି ନାସା, ଏକ୍ସିଓମ ଓ ସ୍ପେଶ ଏକ୍ସ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି । ସାଧାରଣତଃ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ମହାକାଶଚାରୀ ମାନେ ଗବେଷଣା କାର୍ଯ୍ୟ ପାଇଁ ଯାଇଥାନ୍ତି । କିନ୍ତୁ ସ୍ପେଶ ଏକ୍ସ ତରଫରୁ ଏହା ପ୍ରଥମ କମର୍ସିଆଲ ଯାତ୍ରା । ତେବେ ସ୍ପେସଏକ୍ସର ଇଂଜିନିୟର ପୃଥିବୀରେ ରହି ଏହାକୁ ନିୟନ୍ତ୍ରଣ କରିବେ ।