ହାତୀ ପାଇଁ ବିଦ୍ୟୁତ କାଟ୍, ତାତିଲେ ଲୋକେ : ରେଞ୍ଜର, ପୋଲିସ ପହଞ୍ଚି କଲେ ବୁଝାସୁଝା

65

କନକ ବ୍ୟୁରୋ : ହାତୀ ଉପଦ୍ରବ । ହାତୀଙ୍କ ପାଇଁ ବିଦ୍ୟୁତ କାଟକୁ ନେଇ ବିଳମ୍ବିତ ରାତିରେ ଭଞ୍ଜନଗର ଫୁଲବାଣୀରେ ରାସ୍ତା ଅବରୋଧ । ୩ ପଞ୍ଚାୟତର ଲୋକ ରାସ୍ତାରୋକ କରି କଲେ ପ୍ରତିବାଦ । ସୂଚନା ଅନୁସାରେ ୧୫ ଦିନ ହେଲା ଭଞ୍ଜନଗର ମୁଜାଗଡ଼ ବନାଞ୍ଚଳର ମୁଜାଗଡ଼, ବୁଦୁଲି ବରିପଦର ଅଞ୍ଚଳରେ ଘୁରି ବୁଲଛନ୍ତି ହାତୀ । ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ଅଘଟଣ ଘଟିବା ଆଶଙ୍କା କରି ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଉଛି ।

ନିୟମିତ ବିଦ୍ୟୁତ କାଟ ହେଉଥିବାରୁ ଗାଁଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହାତୀଙ୍କ ପାଇଁ ଗାଁଲୋକଙ୍କୁ ସାରା ରାତି ଅନ୍ଧାରରେ ବିତେଇବାକୁ ପଡ଼ୁଛି । ଏହାର ବିକଳ୍ପ ବ୍ୟବସ୍ଥା ସହ ସ୍ଥାୟୀ ସମାଧାନ ବାହାର କରିବାକୁ ଗାଁଲୋକ ଦାବି କରିଛନ୍ତି । ବିଦ୍ୟୁତ କାଟକୁ ବିରୋଧ କରି ମୁଜାଗଡ଼ ଠାରେ ରାସ୍ତା ରୋକ କରାଯାଇଥିଲା । ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ଏବଂ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବିଳମ୍ବିତ ରାତିରେ ଲୋକମାନେ ରାସ୍ତାରୁ ହଟିଥିଲେ ।