ଜାତୀୟ ରାଜପଥ ଉପରେ ହାତୀପଲ : ନିଆଁ ହୁଳା ଦେଖାଇ, ବାଣ ଫୁଟାଇ ଘଉଡ଼ାଇବାକୁ ବନ କର୍ମଚାରୀଙ୍କ ଉଦ୍ୟମ

102

କନକ ବ୍ୟୁରୋ : କଟକ ଆଠଗଡର ୫୫ ନମ୍ବର ଜାତୀୟ ରାଜପଥ ଉପରେ ହାତୀ ପଲଙ୍କ ରାଜୁତି । ଜାତୀୟ ରାଜପଥର କୁସ୍ପିଙ୍ଗ ଡିହସାହି ରାସ୍ତା ନିକଟରେ ହାତୀପଲ ଥିବାରୁ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି ।

ବନକର୍ମଚାରୀ ହାତରେ ନିଆଁ ହୁଳା, ବାଣ ଫୁଟାଇ, ସାଇରନ ବଜାଇ ହାତୀଙ୍କୁ ତଡିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ହାତୀପଲକୁ ଦେଖିବା ପାଇଁ ରାସ୍ତାରେ ବହୁ ଲୋକଙ୍କ ଗହଳି ଜମିଛି । ଡାଳିଯୋଡା ରେଞ୍ଜର କର୍ମଚାରୀ ଓ ଖୁଂଟୁଣୀ ବନାଞ୍ଚଳର କର୍ମଚାରୀ ହାତୀକୁ ଜଙ୍ଗଲକୁ ଘଉଡାଇ ଦେବାକୁ ଉଦ୍ୟମ କରୁଛନ୍ତି ।