ସମ୍ବଲପୁର କୁଢେନିଶା ଗାଁରେ ଡନର ଦାଦାଗିରି । ଦନ୍ତା ହାତୀ ଭୟରେ ଘର ଛାଡି ଚାଲିଗଲେ ୮ଟି ପରିବାର ।

62

କନକ ବ୍ୟୁରୋ: ବଢୁଛି ଦନ୍ତା ହାତୀ ଡନର ଦାଦାଗିରି । ଦିନକୁ ଦିନ ହାତୀ ଆତଙ୍କ ବଢିବାରୁ ଗାଁ ଛାଡୁଛନ୍ତି ପରିବାର । ଏମିତି ଭୟରେ କିଛି ଲୋକ ଛାତ ଉପରେ ରହୁଥିଲେ ମଧ୍ୟ ସାରା ରାତି ଉଜାଗର ରହୁଛନ୍ତି ।

ଘର ଛାଡି ଚାଲି ଯାଇଛନ୍ତି ଲୋକେ । ଚାରିଆଡେ ବିଛାଡି ହୋଇ ପଡିଛି ବାସନ କୁସନ । ଆଉ ଏସବୁ ସେଇ ଡନ୍ ପାଇଁ । ଏ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ କୁଢେନିଶା ଗାଁର ଦୃଶ୍ୟ । ଗତ ୨୩ ତାରିଖରେ ଦନ୍ତା ହାତୀ ଡନ୍ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ପରେ କୋକୁଆ ଭୟ ଖେଳି ଯାଇଛି । ସଂଧ୍ୟା ହେବା କ୍ଷଣି ଲୋକେ ଘରର ଛାତ ଉପରେ ରହୁଥିଲେ ବି ରାତିରେ ଶୋଇ ପାରୁନାହାନ୍ତି । ଆଉ ୮ଟି ପରିବାର ଘରଦ୍ୱାର ଛାଡି ଗାଁ ବାହାରକୁ ଚାଲି ଯାଇଛନ୍ତି ।

ଅନ୍ୟ ଗାଁର ୮ଟି ପରିବାର କୁଢେନିଶା ଗାଁରେ ଝାଟିମାଟିର ଘର କରି ରହୁଥିଲେ । ପଥରକାମ କରି ପେଟ ପୋଶୁଥିଲେ, ହେଲେ ଦନ୍ତାର ଉତ୍ପାତ ତାଙ୍କୁ ବେଘର କରି ଦେଇଛି । ହାତୀ ଭୟରେ ସେମାନେ ଘର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ସେପଟେ ବନ ବିଭାଗ ଦନ୍ତା ହାତୀ ଡନକୁ କାବୁ କରିବାରେ ଅସମର୍ଥ ହେବାରୁ ୱାଇଲଡ ଲାଇଫକୁ ଚିଠି ଲେଖଛନ୍ତି ଡିଏଫଓ ।