କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କଲେ କେନ୍ଦ୍ରୀୟ ଟିମ୍

ପଂଚାୟତର ପ୍ରାଣୀଧନ ସହାୟତା କେନ୍ଦ୍ରର ନିରୀକ୍ଷକ ଗଣେଶରାମ ପୁଝାରୀ ବିଭାଗ ପକ୍ଷରୁ ନିଲମ୍ବିତ

63

କନକ ବ୍ୟୁରୋ : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା । ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କରିଛନ୍ତି କେନ୍ଦ୍ରୀୟ ଟିମ୍ । ହାତୀ ମଡ଼କ ନେଇ ତଦନ୍ତ କରିବା ପରେ କେନ୍ଦ୍ରୀୟ ଟିମ୍ ଫେରି ଯାଇଛନ୍ତି । କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ହାତୀ ଓ ଦ୍ୱିତୀୟ ମୃତ ଗାଈକୁ ଠାବ କରିଥିଲେ । ହ୍ୟୁମରେଜିକ ସେଫଟିସେମିଆ ବା ସହାଣ ରୋଗ ସ୍ପଷ୍ଟ ହେବା ପରେ କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ୫ଟି ସ୍ଥାନରୁ ସାମ୍ପୁଲ ନେଇଛନ୍ତି କେନ୍ଦ୍ରୀୟ ଟିମ୍ ।

୨୦ ଦିନରେ କର୍ଲାପାଟରେ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଏମାନଙ୍କ ମୃତଦେହ ଠାବ ନକରିପାରି ଉଭୟ ବନବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗକଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା । କର୍ଲାପାଟ ପଂଚାୟତର ପ୍ରାଣୀଧନ ସହାୟତା କେନ୍ଦ୍ରର ନିରୀକ୍ଷକ ଗଣେଶରାମ ପୁଝାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ହାତୀ ମଡ଼କ ନେଇ ଯାଂଚ କରିବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟ ଏନେଇ ଆଲୋଚନା କରିଥିଲେ । ଅନ୍ୟପଟେ କର୍ଲାପାଟ ଅଭୟାରଣ୍ୟରେ ପୂର୍ବରୁ ୧୭ଟି ହାତୀ ଠାବ ହୋଇଥିଲା । ଏହି ହାତୀମାନେ ୨ଟି ଗୋଷ୍ଠୀରେ ରହୁଥିଲେ । ଗୋଟିଏ ଗୋଠରେ ୮ଟି ଓ ଅନ୍ୟ ଗୋଠରେ ୯ଟି ହାତୀ ରହୁଥିଲେ । ୮ଟି ଗୋଠ ମଧ୍ୟରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି ।