କଳାହାଣ୍ଡି କର୍ଲାପାଟରେ ହାତୀ ମୃତ୍ୟୁର କାରଣ ଖୋଜିବାକୁ ତନାଘନା । ଭବାନୀପାଟଣାରେ ପହଂଚିଲେ ୩ଜଣିଆ କେନ୍ଦ୍ରୀୟ ଟିମ୍

କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି

65

କନକ ବ୍ୟୁରୋ : କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଏହି ଘଟଣାର ପଛରେ କାରଣ କ’ଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କଳାହାଣ୍ଡିରେ ପହଂଚିଛନ୍ତି । ଗତକାଲି ସଂଧ୍ୟାରେ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଉତରପ୍ରଦେଶ ବରେଲିର ସେଂଟର ଫର ୱାଇଡ଼ଲାଇଫର ବୈଜ୍ଞାନିକ ଡାକ୍ତର କରିକଲାନ ମାଥେଓ, ଏଲିଫେଣ୍ଟ ସେଲର ଜାତୀୟ ସଂଯୋଜିକା ଏବଂ ଓୟୁଟିର ପ୍ରଫେସର ଭବାନୀପାଟଣା ଠାରେ ପହଂଚିଛନ୍ତି ।

ଗୌହାଟି ଭେଟନାରି କଲେଜର ପଦ୍ମଶ୍ରୀ ଡଶକ୍ର କେକେ ଶର୍ମାଙ୍କ ଦେହ ଅସୁସ୍ଥା ଥିବା ଯୋଗୁଁ ସେ ଏହି ଟିମ୍ରେ ଆସି ପାରି ନଥିଲେ । କିନ୍ତୁ ଭିଡ଼ିଓ କନ୍ଫରେନ୍ସି ଜରିଆରେ ବୈଠକରେ ଯୋଗ ଦେଇଥିଲେ । ବୈଠକରେ କେନ୍ଦ୍ରୀୟ ଟିମକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଆଜି ଏହି ଟିମ୍ କର୍ଲାଟ ଅଭୟାରଣ୍ୟର ହାତୀ ମଡ଼କ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତରୁ ଫେରିବା ପରେ ପୁନର୍ବାର ଆଲୋଚନା ଓ ସମୀକ୍ଷା ହେବ । ଗତ୧୪ ଦିନ ଭିତରେ ୬ଟି ହାତୀର ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏକ ଚିନ୍ତାର କାରଣ ପାଲଟିଥିଲା ।