ଢେଙ୍କାନାଳରେ ଅଘଟଣ ! ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ହାତୀ ମୃତ । 

25
କନକ ବ୍ୟୁରୋ: ଢେଙ୍କାନାଳରେ ଘଟିଛି ଏକ ଅଭାବନୀୟ ଘଟଣା । ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ହୋଇଛି  । ମୃତ ହାତୀ ଗୁଡିକ ନାଳରେ ପଡିଥିବା ଦେଖିବାକୁ ମିଳିଛି । ମୃତ୍ୟୁବରଣ କରିଥିବା ୭ଟି ହାତୀ ପଲ୍ହରେ ୧୩ଟି ହାତୀ ଥିବା ବେଳେ ତନ୍ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।
ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁ ନିକଟରେ ରେଲୱେ ଟ୍ରାକ ପାଇଁ ବିଦ୍ୟୁତ ତାର ଟଣାଯାଇଥିଲା । ତେବେ ଗତକାଲି ରାତିରେ ହାତୀ  ଜଙ୍ଗଲ ମଧ୍ୟରେ ଥିବା ରେଲୱେ ଟ୍ରାକ ପାରି କରୁଥିବା ବେଳେ ଅଳ୍ପ ଉଚ୍ଚତାରେ  ଟଣାଯାଇଥିବା ତାର ସଂସ୍ପର୍ଶରେ ଆସି ଏକାବେଳକେ ଏତେ ସଂଖ୍ୟାରେ ହାତୀଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଏକ ହାତୀ ପଲ ସେହି ବାଟ ଅତିକ୍ରମ କରିବା ସମୟରେ ଏହି ଅଘଟଣ ଘଟିଛି । ଖବର ପାଇ ପରଜଙ୍ଗ ବନ ବିଭାଗ ଘଟଣାସ୍ଥଳକୁ ଯାଇଛି । ପୂର୍ବରୁ ମଧ୍ୟ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ଜଙ୍ଗଲ ମଧ୍ୟରେ ଯାଇଥିବା ରେଲୱେ ଟ୍ରାକ ପାଇଁ ପ୍ରତିବର୍ଷ ଅନେକ ହାତୀଙ୍କ ଜୀବନ ଚାଲିଯାଉଛି । କେତେବେଳେ ଟ୍ରେନ ସାମ୍ନାକୁ ଆସିବା କାରଣରୁ ହତୀଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ହେଉଛି । ଦିନକୁ ଦିନ ଦେଶରେ ହାତୀଙ୍କ ସଂଖ୍ୟା ହ୍ରାସ ପାଉଛି । ଯଦି ଏଭଳି ପରିସ୍ଥିତି ଉପରେ କୌଣସି ପ୍ରକାର ଦୃଢ ପଦକ୍ଷପ ନନିଆଯାଏ ତେବେ ଭବିଶ୍ୟତରେ ହାତୀ କେବଳ ଇତିହାସ ପୃଷ୍ଠାରେ ନଜର ଆସିବେ ।