କନକ ବ୍ୟୁରୋ: ଅନେକ ସମୟରେ ବୁଲା କୁକୁରଙ୍କ କାମୁଡାରେ ପିଲାମାନେ ଗୁରୁତର ହେଉଥିବା ଏବଂ ପ୍ରାଣ ହରାଉଥିବା ଖବର ଶଣିବାକୁ ମିଳୁଛି । ଏବେ ଏପରି ଆଉ ଏକ ଭୟାନକ ଘଟଣା ଘଟିଛି ଆଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟ ପରିସରରେ । ରବିବାର ଏଏମୟୁ କ୍ୟାମ୍ପସରେ ରହୁଥିବା ବୟସ୍କ ଡାକ୍ତର ସଫଦର ଅଲ୍ଲୀ ମର୍ଣ୍ଣିଂ ୱାକ୍ କରିବାକୁ ପରିସରରେ ଥିବା ଲନକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ୫ରୁ ୬ଟି ବୁଲା କୁକୁର ଘେରି ଯାଇଥିଲେ । ସେ କିଛି ବୁଝିବା ଆଗରୁ ସେମାନେ ଏକକାଳୀନ ତାଙ୍କ ଉପରକୁ ଝାମ୍ପିପଡିଥିଲେ ଏବଂ ଝୁଣି ପକାଇଥିଲେ । ସେଠାରେ କେହି ନଥିବାରୁ ରକ୍ଷା ପାଇପାରିନଥିଲେ ସଫଦର । ଏବଂ ଖବର ପାଇ ଲୋକେ ଆସି ପହଞ୍ଚିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

Advertisment

ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ କରିବାକୁ ପଠାଇବା ସହ ପାଖ ସିସିଟିଭିକୁ ଯାଞ୍ଚ କରିଥିଲା ପୁଲିସ । ଏବଂ ବୁଲା କୁକୁର ଏଭଳି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲା । ଏହି ଘଟଣା ପରେ ପରିବାର ନେଇ ରହୁଥିବା ଲୋକଙ୍କ ଭିତରେ କୁକୁରଙ୍କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।