ବିଜୁଳୀ ନିଅ ଫସଲ ଦିଅ ! ଏଭଳି ଏକ ଗାଁ ଯେଉଁଠି ବିଜୁଳୀ ବଦଳରେ ଗ୍ରାମବାସୀଙ୍କୁ ଦେବାକୁ ପଡେ ଫସଲ ।

75

ମୁରାଦାବାଦ୍ ଜିଲ୍ଲାରେ ଆଜି ବି ଏଭଳି ଏକ ଗାଁ ଅଛି ଯେଉଁଠି ବାଟା ବ୍ୟବସାୟ ଚାଲେ । ଏଠାରେ ବିଜୁଳୀ ବଦଳରେ ଗ୍ରାମବାସୀଙ୍କ ଠାରୁ ଫସଲ ନିଆଯାଏ । ଅଧିକତର ଚାଉଳ,ଗହମ ଏବଂ ଧାନ ଭଳି ଫସଲ ବିଜୁଳୀବାଲା ନେଇଥାନ୍ତି । ଗ୍ରାମବାସୀଙ୍କ କହିବାନୁସାରେ ବିଜୁଳୀ ବାଲା କେତେବେଳେ ଘିଅ,ଡାଲି ଏବଂ କ୍ଷୀର ବି ନେଇଥାନ୍ତି । ଗାଁରେ ଆଠବର୍ଷରୁ ବିଜୁଳୀ ଲାଇନ୍ ରହିଛି । କିନ୍ତୁ ମିଟର ଗୋଟିଏ ଘରେ ମଧ୍ୟ ଲାଗିନାହିଁ । ତେବେ ଅନୁମାନ ଲଗାଇ ଲାଇନମ୍ୟାନ୍ କେଉଁ ଘରୁ କେତେ ଫସଲ ଆଦାୟ କରିବେ ତାହା ଲୋକଙ୍କୁ ଜଣାଇଦିଅନ୍ତି । ବିଲ୍ ପଇଠ ଦିନ ଲାଇନମ୍ୟାନ୍ ତରାଜୁ ନେଇ ଘର ଘର ବୁଲନ୍ତି ଏବଂ ଫସଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଇଠ କରନ୍ତି ।

ନିକଟରେ ପୋଲିସର ରେଟ୍ ପଡିବା ପରେ ଜଣେ ଲାଇନମ୍ୟାନ୍ ୮ ବସ୍ତା ଧାନ ଏବଂ ଯଅ ପଇଠ କରୁଥିବା ଦେଖାଗଲା । ପୋଲିସ ଯିବା ପରେ ଉକ୍ତ ଲାଇନମ୍ୟାନ୍ ସ୍ଥାନ ଛାଡି ଦୌଡିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍ କବଜାରେ ଆସିଯାଇଥିଲା । ତେବେ ଏଭଳି ପରିସ୍ଥିତି ୮ ବର୍ଷରୁ ଚାଲିଛି ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ଘରେ ମିଟର ଲଗାଇବା ପାଇଁ କହିଲେ ମଧ୍ୟ ଲାଇନମ୍ୟାନ୍ ଏଥିନେଇ କୌଣସି ଧ୍ୟାନ ନଦେବା କଥା ମଧ୍ୟ କହିଥିଲେ ।