କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ବଡ ସୂଚନା, ଖୁବଶୀଘ୍ର ରାସ୍ତାରେ ଗଡିବ ଇଲେକ୍ଟ୍ରିକ୍ ଟ୍ରାକ୍ଟର ଓ ଟ୍ରକ

116

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଶନିବାର ଦିନ ସୁଗାର କନଫରେନ୍ସ ୨୦୨୨ କୁ ସମ୍ବୋଧିତ କରି ଏକ ବଡ ସୂଚନା ଦେଇଛନ୍ତି । ବଢୁଥିବା ଇନ୍ଧନ ଦରକୁ ନେଇ ସେ କହିଛନ୍ତି କି ଏହାର ବିକଳ୍ପ ଲୋକମାନଙ୍କୁ ଗ୍ରହଣ କରିବାକୁ ପଡିବ । ଏହି କ୍ରମରେ ସେ କହିଛନ୍ତି କି ଇଲେକ୍ଟ୍ରିକ୍ କାର ଓ ଇଲେକ୍ଟ୍ରି ବସ୍ ପରେ ଏବେ ଦେଶର ରାଜପଥରେ ଖୁବଶୀଘ୍ର ଇଲେକ୍ଟ୍ରିକ୍ ଟ୍ରାକ୍ଟର ଓ ଟ୍ରକ ଲଂଚ୍ କରାଯିବ ।

ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଇଥାନଲ ଭଳି ବିକଳ୍ପ ଇନ୍ଧନ ବ୍ୟବହାର କରିବା ଉପରେ ଜୋର ଦେଇଥିଲେ । ସେ କହିଥିଲେ କି କୃଷି ଓ ନିର୍ମାଣ ଉପକରଣରେ ଇଥନଲ ବ୍ୟବହାର କିଭଳି ହୋଇପାରିବ ତାହା ଉପରେ ପ୍ରୟାସ ଜାରି ରହିଛି । ଶକ୍ତି କ୍ଷେତ୍ରରେ ବିକଳ୍ପ ଇନ୍ଧନ ହେଉଛି ଭବିଷ୍ୟତ ବୋଲି ସେ କହିଛନ୍ତି ।

ଗଡକରୀ କହିଛନ୍ତି କି ଇଥନଲ ଓ ମିଥନେଲ ଭଳି ବିକଳ୍ପ ଇନ୍ଧନ ଭଳି ଇଲେକ୍ଟ୍ରିକ୍ ଶକ୍ତି ବି ଏକ ବିକଳ୍ପ ଭାବେ ଉଭା ହେବାକୁ ଯାଉଛି । ଲୋକମାନେ ଏବେ ଇଲେକ୍ଟ୍ରି ବାହାନକୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ତେଣୁ ଏହା ସରକାରଙ୍କର ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି ।

ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ଆଜିର ଦିନରେ ପେଟ୍ରୋଲିୟମ ଓ ବିଜୁଳି ଆବଶ୍ୟକତା ପୂରଣ କରିବା ପାଇଁ ସରକାର ବାର୍ଷିକ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ଆଗାମୀ ୫ ବର୍ଷରେ ୨୫ ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ଗଡକରୀ ଆକଳନ କରିଛନ୍ତି । ଏଣୁ ଏବେ ଠାରୁ ଇନ୍ଧନର ବିକଳ୍ପ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି ।