କନକ ବ୍ୟୁରୋ : ଗାଁ ମଠ ପରିସରରେ କଂଗାରୁ କୋର୍ଟ । ମାତ୍ର କିଛି ଶହ ଟଙ୍କାଚୋରି ଅଭିଯୋଗରେ ୨ ଜଣ ଯୁବକଙ୍କୁ ହାତଗୋଡ ବାନ୍ଧି ନିସ୍ତୁକ ମାଡ ମରାଯାଇଥିବାର ଅଭିଯୋଗ ହୋଇଛି । ତେବେ କଥା ଏତିକିରେ ସରିନଥିଲା । ନିର୍ଯାତନାର ସବୁ ସୀମା ଟପିଯାଇ ଏମାନଙ୍କୁ ବିଦ୍ୟୁତ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁରର ଆର୍ଯ୍ୟପଲି ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଏଭଳି ଥାର୍ଡ ଡିଗ୍ରୀ ଚାଲିଥିବାବେଳେ ପୋଲିସ ପାଖରେ କିଛି ଖବର ନଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପୋଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସ ତତ୍ପରତା ଦେଖାଇ ନିର୍ଯାତନାରେ ଆହତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ ଏହି ଅଂଚଳର ଏ ନାରାୟଣ ଓ ଚିନା ଉଭୟ ମିଶି ୯ ତାରିଖ ଦିନ ଆର କାଳିଆଙ୍କ ଘରୁ କିଛି ଟଙ୍କା ଚୋରିି କରିଥିଲେ । ଯାହାଫଳରେ କାଳିଆ, ମଠ ମହନ୍ତ ଓ ତାଙ୍କର କିଛି ସହଯୋଗୀ ମିଶି ଏହି ଯୁବକଙ୍କୁ ନିର୍ଯାତନା ଦେଇଥିଲେ । ଏପରିକି କାହାରିକୁ କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।