କନକ ବ୍ୟୁରୋ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । ପ୍ରଥମ ବୈଠକ ଡାକିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ । ଅପରାହ୍ଣ ୩ଟାରେ ୭ଜଣିଆ ସଦସ୍ୟଙ୍କ ସହ କରିବେ ଆଲୋଚନା । କିନ୍ତୁ ଏଥିରେ ଅଧିରଂଜନ ଚୌଧୁରୀ ସାମିଲ ହେବେନି ।

Advertisment

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କାର୍ଡରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇଥିବା ସାମ୍ନାକୁ ଆସିବା ପରେ ବିବାଦ ବଢିବାରେ ଲାଗିଛି । ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖାଯିବା ନେଇ ଚର୍ଚ୍ଚା ହେଉଛି । ହେଲେ ଆମ ଦେଶର ଯେତେବେଳେ ସମ୍ବିଧାନ ପ୍ରଣୟନ ହୋଇଥିଲା ସେତେବେଳେ ଭାରତ ବୋଲି କିଛି ନାମ ନଥିଲା ।

୧୯୪୮ ମସିହା ନଭେମ୍ବର ୪ ତାରିଖର ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନର ପରିଚୟ କରାଇଥିଲେ । ହେଲେ ସମ୍ବିଧାନରେ ‘ଭାରତ’ ନାଁ ଲେଖାନଥିବା ନେଇ ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ଗୋଟିଏ ବର୍ଷ ଧରି ତର୍କ ବିତର୍କ ଚାଲିଥିଲା । ଶେଷରେ ୧୯୪୯ ମସିହା ସେପ୍ଟେମ୍ବର ୧୮ ତାରିଖରେ ନୂଆ ଅଧ୍ୟାଦେଶ ଜରିଆରେ ଧାରା-୧ରେ ଭାରତ ନାମ ଯୋଡାଯାଇଥିଲା । ଯେଉଁଥିରେ ଇଣ୍ଡିଆ ସହ ଭାରତ ମଧ୍ୟ ରହିଥିଲା ।

୧୯୪୮, ନଭେମ୍ବର ୪ ରେ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନର ଆଣିଥିଲେ
ସତେବେଳେ ଦେଶର ସମ୍ବିଧାନରେ ‘ଭାରତ’ ବୋଲି କିଛି ନାମ ନଥିଲା
‘ଭାରତ’ ନାମ ନଥିବା ନେଇ ବିବାଦ ସୃଷ୍ଟି ହୋଇଥିଲା
ବର୍ଷଟେ ଧରି ସମ୍ବିଧାନ ପ୍ରୟଣନ କମିଟିର ସଦସ୍ୟମାନଙ୍କ ମଧ୍ୟରେ ତର୍କ ବିତର୍କ ଚାଲିଥିଲା
୧୯୪୯, ସେପ୍ଟେମ୍ବର ୧୮ରେ ନୂଆ ଅଧ୍ୟାଦେଶ ଜରିଆରେ ଭାରତ ନାମ ଯୋଡାଯାଇଥିଲା
ସମ୍ବିଧାନର ଧାରା-୧ରେ ଇଣ୍ଡିଆ ସହ ଭାରତ ମଧ୍ୟ ରହିଥିଲା
ଏହାପରେ ଦେଶର ଦୁଇଟି ନାମକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଥିଲା