ନିର୍ଦ୍ଧାରିତ ସମୟରେ ଆସିଲେ ନାହିଁ ନିର୍ବାଚନ ଅଧିକାରୀ। ରାଜକନିକା ଭାରିଗଦା ପ୍ରାଥମିକ କୃଷି ସମବାୟ ସମିତିରେ ବନ୍ଦ ହେଲା ନିର୍ବାଚନ।

46

କନକ ବ୍ୟୁରୋ: ନିର୍ବାଚନ ଅଧିକାରୀ ଆସିଲେନି ତେଣୁ ବନ୍ଦ ରହିଲା ସମବାୟ ସଭାପତି ନିର୍ବାଚନ । ପ୍ରତିବାଦରେ ପ୍ରଜାଇଡିଂ ଅଫିସରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଅଟକ ରଖିଲେ ଚାଷୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ପ୍ରାଥମିକ କୃଷି ସମବାୟ ସମିତିରେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭାରିଗଦା ପ୍ରାଥମିକ କୃଷି ସମବାୟ ସମିତିରେ ସମବାୟ ସଭାପତି ନିର୍ବାଚନ ହେବାର ଥିଲା ।

ଦିନ ୧୦ଟାରୁ ୧୨ଟା ସୁଦ୍ଧା ଭୋଟିଂ ସରିବାକୁ ନିର୍ଦେଶ ରହିଥିଲା । ହେଲେ ନିର୍ଦ୍ଦାରିତ ସମୟରେ ନିର୍ବାଚନ ଅଧିକାରୀ ନଆସିବାରୁ ନିର୍ବାଚନ ହୋଇପାରିଲା ନାହିଁ । ଏହାର ପ୍ରତିବାଦରେ ଚାଷୀମାନେ ୪ ଜଣ କର୍ମଚାରୀଙ୍କୁ ୪ ଘଂଟା ଧରି ଅଟକ ରଖି ଧାରଣାରେ ବସିଛନ୍ତି ଚାଷୀ ।