ମାଗଣା ଯୋଜନାକୁ ନେଇ ନିର୍ବାଚନ କମିଶନଙ୍କ ଉଦବେଗ : କେଉଁଠୁ ଓ କେମିତି ଆସୁଛି ଟଙ୍କା ଜଣାଇବାକୁ ନିର୍ଦ୍ଦେଶ

226

କନକ ବ୍ୟୁରୋ : ମାଗଣା ଯୋଜନାକୁ ନେଇ ସାରା ଦେଶରେ ବିତର୍କ ଚାଲିଛି । ଏହି ସମୟରେ ନିର୍ବାଚନ କମିଶନ ରାଜନୈତିକ ଦଳଗୁଡିକୁ ଏକ ପ୍ରସ୍ତାବ ପଠାଇଛନ୍ତି । ଯେଉଁଥିରେ ମାଗଣା ଯୋଜନା କଥା କହି ମିଛ ପ୍ରତିଶ୍ରୁତି ନଦେବାକୁ କୁହାଯାଇଛି । ଏଥିସହ ମାଗଣା ଯୋଜନାରେ କେଉଁଠୁ ପଇସା ଆସିବ, କେତେ ଟଙ୍କା ଖର୍ଚ୍ଚ ହେବ ଏହାର ବିସ୍ତୃତ ତଥ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନ । ଏହି ପ୍ରସ୍ତାବ ଉପରେ ରାଜନୈତିକ ଦଳ ଗୁଡିକ ଅକ୍ଟୋବର ୧୯ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି ।

– ମାଗଣା ଯୋଜନା ବାବଦରେ ବିସ୍ତୃତ ତଥ୍ୟ ଦେବେ ରାଜନୈତିକ ଦଳ
– ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ ?
– ଯୋଜନା ପାଇଁ କେଉଁଠୁ ଆସିବ ଟଙ୍କା ?
– କେଉଁ ବର୍ଗର ଲୋକ ଏହାଦ୍ୱାରା ଲାଭବାନ ହେବେ ?
– ଭୋଟରମାନଙ୍କ ପାଖରେ ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସ୍ପଷ୍ଟଚିତ୍ର ରହିିବ
– ଦେଶ ଓ ରାଜ୍ୟର ଜିଡିପି ଓ କରଜ ପରିମାଣ ସଂପର୍କରେ ଭୋଟରଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ
– ରାଜକୋଷ ଉପରେ କେତେ ବୋଝ ପକାଇବ ମାଗଣା ଯୋଜନା
– ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତିର ନକରାତ୍ମକ ପ୍ରଭାବ ରହିଛି
– ମିଛ ପ୍ରତିଶ୍ରୁତିର ଅବାଞ୍ଝିତ ପ୍ରଭାବକୁ ଅଣଦେଖା କରାଯାଇପାରିବନି
– ରାଜନୈତିକ ଦଳଗୁଡ଼ିକ ଜବାବ ନଦେଲେ ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ