ଆଜି ସାଢେ ୪ଟାରେ ନିର୍ବାଚନ ଆୟୋଗ କରିବେ ପ୍ରେସମିଟ୍ : ଦେଶର ୪ଟି ରାଜ୍ୟର ନିର୍ବାଚନ ତାରିଖ ହୋଇପାରେ ଘୋଷଣା

93

କନକ ବ୍ୟୁରୋ : ଆଜି ଆସିପାରେ ୪ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମ ସହ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଆସିପାରେ । ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ କରିବେ । ତେଣୁ ଏହି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ଆଶା କରାଯାଉଛି । କରୋନା ସଂକ୍ରମଣ ଭିତରେ ବିହାର ନିର୍ବାଚନ ପରେ ଏହି ନିର୍ବାଚନ ହେବାକୁ ଯାଉଛି । ଗତ ସପ୍ତାହରେ ନିର୍ବାଚନ କମିସନଙ୍କ ଏକ ପ୍ରତିନିଧି ଦଳ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଚଳିତ ବର୍ଷ ମେ କିମ୍ବା ଜୁନ ମାସ ସୁଦ୍ଧା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ବିଧାନସଭା ନିର୍ବାଚନ ଶେଷ ହେବ ବୋଲି ଆକଳନ କରାଯାଉଛି ।