ଭୁବନେଶ୍ୱରରେ ପହଞ୍ଚିଲେ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ ! ନିର୍ବାଚନ ପ୍ରସ୍ତୁତି ସ୍ତର ଓ ସ୍ଥିତାବସ୍ଥାର କରିବେ ସମୀକ୍ଷା ।

99

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି ନିର୍ବାଚନ କମିଶନଙ୍କ ଟିମ୍ । ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ନିର୍ବାଚନ କମିଶନଙ୍କ ଟିମ୍ । ୩ ଦିନିଆ ଓଡିଶାଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ । ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଏହି ଟିମ୍ ଓଡିଶା ଆସିଛନ୍ତି । ଏପ୍ରିଲ ମାସରେ ଓଡିଶାରେ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ଟିମ୍ ।

ତେବେ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ବିଶେଷ କରି ଓଡିଶାରେ ହେବାକୁ ଯାଉଥିବା ତ୍ରିମୁଖୀ ଲଢେଇ ପାଇଁ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ଆଉ ଏହାରି ଭିତରେ ନିର୍ବାଚନ କିଭଳି ସୂଚାରୁରୂପେ ହୋଇପାରିବ ସେନେଇ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଓଡିଶାରେ ପହଞ୍ଚି ସାରିଛନ୍ତି ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ । ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ନିର୍ବାଚନ କମିଶନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପ୍ରସ୍ତୁତିର ସ୍ତର ଓ ସ୍ଥିତାବସ୍ଥାର ସମୀକ୍ଷା ପାଇଁ ଓଡିଶା ଆସିଥିବା ସେ କହିଛନ୍ତି । ନିର୍ବାଚନ କମିସନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଉପ-ନିର୍ବାଚନ କମିସନର ଚନ୍ଦ୍ରଭୂଷଣ କୁମାର, ଡିକେ ଶର୍ମା (ଡିଜି, ବ୍ୟୟ), ଶ୍ରୀମତୀ ସେଫାଳୀ ଶରଣ (ଏଡିଜି, ପିଆଇବି), ନିଖିଳ କୁମାର (ନିର୍ଦ୍ଦେଶକ), ରାକେଶ କୁମାର (ସଚିବ) ଭୁବନେଶ୍ୱର ଆସିଛନ୍ତି ।