ନୂଆବର୍ଷରୁ ଆରମ୍ଭ ହେବ ଇଲେକ୍ଟୋରାଲ ବଣ୍ଡ ବିକ୍ରି: ରାଜନୈତିକ ଦଳ ପାଇବେ ମୋଟା ଅଙ୍କର ଚାନ୍ଦା

91

କନକ ବ୍ୟୁରୋ: ରାଜନୈତିକ ଦଳ ପାଇବେ ଚାନ୍ଦା । ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳିବ ଚାନ୍ଦା । କେନ୍ଦ୍ର ସରକାର ଏଥିପାଇଁ ୧୯ତମ କିସ୍ତି ଜାରି କରିଛନ୍ତି । ନୂଆବର୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୧୦ ଯାଏ ଚାଲିବ । ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଏହି ସମୟରେ ନିର୍ବାଚନୀ ବଣ୍ଡ ରଜନୈତିକ ଦଳକୁ ବଡ ସହାୟକ ହେବ ବୋଲି ଜଣାପଡିଛି ।

ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜନୈତିକ ଦଳମାନେ ବିଭିନ୍ନ ସ୍ଥାନରେ ବଡ ବଡ ରାଲି କରୁଛନ୍ତି । ତେଣୁ ନିର୍ବାଚନ ଖର୍ଚ ପାଣି ଉଠାଇବା ପାଇଁ ନିର୍ବାଚନୀ ବଣ୍ଡ ବଡ ସହାୟକ ହେବ । ଏସବିଆଇ ବ୍ୟାଙ୍କର ୨୯ଟି ଶାଖା ଲକ୍ଷ୍ନୌ, ଶିମଲା, ଡେରାଡୁନ, କୋଲକାତା, ଗୌହାଟି, ଚେନ୍ନାଇ, ଥିରୁଅନନ୍ତପୁରମ, ପାଟନା, ନୂଆଦିଲ୍ଲୀ, ଚଣ୍ଡିଗଡ, ଶ୍ରୀନଗର, ଗାନ୍ଧୀନଗର, ଭୋପାଳ, ରାୟପୁର ଏବଂ ମୁମ୍ବାଇ ଭଳି ସହରରେ ୧୦ ତାରିଖ ଯାଏ ଏହି ନିର୍ବାଚନୀ ବଣ୍ଡ ବିକ୍ରି ହେବ ।

ଏସବିଆଇର ଏହି ସବୁ ଶାଖାରେ ବିକ୍ରି ହେବ ନିର୍ବାଚନୀ ବଣ୍ଡ । ଯେକେହି ବଣ୍ଡ କିଣି ଚାନ୍ଦା ଦେଇପାରିବ । କିନ୍ତୁ ଚାନ୍ଦା ଦେବା ବ୍ୟକ୍ତି କିମ୍ବା ସଂସ୍ଥା ଭାରତୀୟ ନାଗରିକ କିମ୍ବା ଭାରତର ହୋଇଥିବା ଦରକାର । ପ୍ରଥମେ ୨୦୧୮ରେ ମାର୍ଚ ୧ରୁ ୧୦ ତାରିଖ ଏହି ନିର୍ବାଚନୀ ବଣ୍ଡ ବିକ୍ରି ହୋଇଥିଲ।।

କ’ଣ ଏହି ନିର୍ବାଚନୀ ବଣ୍ଡ ?
-୧୦୦୦, ୧୦ ହଜାର, ୧ ଲକ୍ଷ ଏବଂ ୧ କୋଟି ଟଙ୍କାର ମଲିଟପୁଲ ବଣ୍ଡ କିଣିହେବ
-ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯ଟି ଶାଖାରେ ଉପଲବ୍ଧ ହେବ
-ନିର୍ବାଚନୀ ବଣ୍ଡକୁ କେବଳ କିଣି ହେବ, ବିକ୍ରି କରିହେବ ନାହିଁ
-ଯେଉଁମାନଙ୍କର କେୱାଇସି ଭେରିଫାଇଡ୍ ହୋଇଥିବ ସେମାନେ କିଣିପାରିବେ
-ନିର୍ବାଚନୀ ବଣ୍ଡ କିଣିବାର ୧୫ ଦିନ ମଧ୍ୟରେ ବ୍ୟକ୍ତି/ସଂସ୍ଥା ନିଜର ପସନ୍ଦର ରାଜନୈତିକ ଦଳକୁ ଚାନ୍ଦା ଦେବେ
-ରାଜନୈତିକ ଦଳ ଏହି ବଣ୍ଡକୁ ବ୍ୟାଙ୍କରେ ଭେରିଫାଇଡ ଆକାଉଂଟ ଜରିଆରେ ଟଙ୍କା ଉଠାଇପାରିବେ
-ବଣ୍ଡରେ ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କର ନାମ ରହିବ ନାହଁ, ଯେଉଁମାନେ ଦେଇଥିବେ ସେମାନଙ୍କର ତଥ୍ୟ ବ୍ୟାଙ୍କ ପାଖରେ ରହିବ
-ଏହି ବଣ୍ଡ ଉପରେ ବ୍ୟାଙ୍କ ସୁଧ ଦିଏ ନାହିଁ
-ନିର୍ବାଚନୀ ବଣ୍ଡ ପ୍ରତ୍ୟେକ ତିନି ମାସରେ ଥରେ ବିକ୍ରି ହୁଏ
– ମାସର ୧ ତାରିଖରୁ ୧୦ ତାରିଖ ଯାଏ ବିକ୍ରି ହୁଏ
– ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ଆରମ୍ଭରେ ବିକ୍ର୍ି ହୁଏ

ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଚାନ୍ଦାର ପାରଦର୍ଶିତା ଉପରେ ଅନେକ ପ୍ରଶ୍ନ ଉଠେ । ଏହି ଟଙ୍କା କେଉଁଠୁ ଆସେ ଏବଂ କେଉଁଠିକି ଯାଏ ତାହା ଏବେ ବି ପ୍ରଶ୍ନ ଘେରରେ । ବଣ୍ଡକୁ ସରକାର ସ୍ୱଚ୍ଛତାର ପ୍ରକ୍ରିୟା ବୋଲି କୁହନ୍ତି କିନ୍ତୁ ବିରୋଧୀ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ।