କନକ ବ୍ୟୁରୋ: ଟଙ୍କା ପାଇଁ ବାପା, ମା’ଙ୍କୁ ବନ୍ଦୀ କରି ରଖିଥିଲା ଝିଅ । କଥାକଥାକେ ମାଡ ମାରୁଥିଲା । ଗତ ୪ ମାସ ବନ୍ଦୀ କରି ରଖିବା ପରେ ଏହାର ଗୁମର ଖୋଲିଥଲେ ବୃଦ୍ଧ ଦମ୍ପତ୍ତିଙ୍କ ଜଣେ ବନ୍ଧୁ ।

Advertisment

ସୂଚନା ମୁତାବକ, ଭୋପାଳର ଜଣେ ବିବାହିତ ମହିଳା ନିଜ ବାପା, ମା’ଙ୍କୁ ସମ୍ପତ୍ତି ପାଇଁ ବନ୍ଦୀ କରି ରଖିବା ସହ ଅକଥନୀୟ ନିର୍ଯାତନା ଦେଉଥିବା ଖବର ସମସ୍ତଙ୍କୁ ଚକିତ କରିଛି । କେବଳ ଏତିକି ନୁହେଁ ଗୋଟିଏ ବୋଲି ମାନସିକ ଅନଗ୍ରସର ଭାଇକୁ ବି ଛାଡିଲାନଥିଲେ । ବାପା, ମା’ଙ୍କ ସାଙ୍ଗରେ ଭାଇକୁ ବି ଅନ୍ଧାର ଘରେ ରଖି ମାଡ ମାରୁଥିଲେ ମହିଳା । ପୀଡିତ ବ୍ୟକ୍ତିଙ୍କ ଜଣେ ବନ୍ଧୁଙ୍କ ଯୋଗୁଁ ପୁରା ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୁଲିସ ।

publive-image

ହବିବଗଞ୍ଜ ପୁଲିସର ତଥ୍ୟ ମୁତାବକ, ପୀଡିତ ସିଏସ୍ ସକ୍ସେନା ଷ୍ଟେଟ୍ ବ୍ୟାଙ୍କର ଚିଫ୍ ଇଞ୍ଜିନିୟର ପଦରୁ ଅବସର ନେଇଥିଲେ । ସେ ଅରୋରା କଲୋନୀର ଇ- ୭ ରେ ପତ୍ନୀ ସକ୍ସେନା ଓ ପୁଅ ବିକି ସହ ରହୁଥିଲେ । ହେଲେ ଝିଅ ନିଧି ସେମାନଙ୍କ ଜୀବନକୁ ଛାରଖାର କରିଦେଲା ।

ଝିଅ ନିଧି ୨୦୦୨ ବିବାହ କରିଥିଲା । ହେଲେ କୌଣସି କାରଣରୁ ସ୍ୱାମୀଙ୍କ ସହ ବିବାଦ ଦେଖାଦେବାରୁ ୨୦୧୬ରେ ତାଙ୍କର ଛାଡପତ୍ର ହୋଇଥିଲା । ସେବେଠାରୁ ସେ ନିଜ ଦୁଇ ପଅଙ୍କୁ ନେଇ ବାପାଙ୍କ ଘରେ ରହିଆସୁଥିଲେ । ଧିରେ ଧିରେ ବାପା ସିଏନ୍ ସକ୍ସେନାଙ୍କ ସମ୍ପତ୍ତି ଉପରେ ତାଙ୍କର ଆଖି ପଡିଥିଲା । ଏହାକୁ ହାସଲ କରିବାକୁ ଝିଅ ପାଲଟିଲା ସୈତାନ୍ । ବାପା, ମା’, ଭାଇଙ୍କୁ ଗୋଟିଏ ଘରେ ବନ୍ଦୀ କରି ସେମାନଙ୍କ ଠାରୁ ସମ୍ପତ୍ତିର ସବୁ ନଥିପତ୍ର ନେଇଯିବା ସହ କିଛି ସାଧା ପେପରରେ ତାଙ୍କର ଦସ୍ତଖତ କରାଇନେଇଥିଲେ । ବାପାଙ୍କ ପେନସନ୍ ଉଠାଇ ନିଜେ ଖର୍ଚ୍ଚ କରୁଥିଲେ ହେଲେ ବାପା, ମା’, ଭାଇଙ୍କୁ ଭଲ ଭାବେ ଦିମୁଠା ଖାଇବାକୁ ଦେଉନଥିଲେ । ସେମାନେ ରହୁଥିବା ଘରକୁ ବିକି ୩ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ । ହେଲେ ଏଥିରେ ରାଜି ନେହେବାରୁ ନିସ୍ତୁକ ମାଡ ମାରୁଥିଲା ଝିଅ ନିଧି ।publive-image

ସିଏସ୍ ସକ୍ସେନାଙ୍କ ଜଣେ ପ୍ରିୟ ବନ୍ଧୁ ତାଙ୍କୁ ଅଧିକାଂଶ ସମୟରେ ଭେଟିବାକୁ ଆସୁଥିବାବେଳେ ପରେ ତାଙ୍କ ସହ ଭେଟ କରିବାକୁ ଦେଉନଥିଲା ଝିଅ ନିଧି । ପୁଣିଥରେ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ସିଏସ୍ ସକ୍ସେନାଙ୍କୁ ଭେଟିବାକୁ ଆସିଥିଲେ ବି ତାଙ୍କ ସହ ଖରାପ ବ୍ୟବହାର କରିଥିଲା ନିଧି । ଏଥିରେ ସନ୍ଦେହ ହେବାରୁ ହବିବଗଞ୍ଜ ପୁଲିସରେ ଖବର ଦେଇଥିଲେ । ସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ଏକ ସ୍ପେଶାଲ ଟିମ୍ ଗଠନ କରିଥିଲା ପୁଲିସ ଆଉ ଠିକଣା ସ୍ଥାନରେ ପହଞ୍ଚିଥିଲା । ପୁଲିସକୁ ଦେଖି ନିଧି ଯୁକ୍ତତର୍କ କରିଥିଲେ ବି ମହିଳା ପୁଲିସଙ୍କ ସହାୟତାରେ ତାଲା ପଡିଥିବା ରୁମକୁ ଖୋଲିଥିଲା । ଆଉ ଯାହା ଦେଖିଥିଲା ସେଥିରେ ପୁଲିସ କର୍ମୀ ଭାବବିହ୍ୱଳ ହୋଇଯାଇଥିଲେ ।

ପୀଡିତ ବୃଦ୍ଧ ଦମ୍ପତ୍ତିଙ୍କ ବୟାନ ରେକର୍ଡ ପରେ ଅଭିଯୁକ୍ତ ନିଧିଙ୍କ ବିରୋଧରେ ମାମଲା ଦାଏର କରି ତଦନ୍ତ ଚଳାଇଛି ପୁଲିସ । ଏହି ଘଟଣାରେ ଆବଶ୍ୟକ ପ୍ରମାଣ କରିବା ପରେ ଆବଶ୍ୟକ ସ୍ଥଳେ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବ ବୋଲି କହିଛି ପୁଲିସ ।