କଟକ ଜଗତପୁରରେ ହାତୀ ଉତ୍ପାତ : ଦଳି ଦେବାରୁ ୨ଜଣଙ୍କର ମୃତ୍ୟୁ

158

କନକ ବ୍ୟୁରୋ : କଟକ ଜଗତପୁରରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ଜଗତପୁର ଗୋଲେଇ ଛକ ଠାରୁ ଆଇବି ରୋଡ଼ ପର୍ଯ୍ୟନ୍ତ କେହି ଯାତାୟତା ନକରିବା ପାଇଁ ସତର୍କତା ଜାରି କରାଯାଇଛି ।

ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ବନ ବିଭାଗର ୧୦୦ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଗତକାଲି ରାତିରେ ନିମପୁର ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ୨ଟି ହାତୀ । ରାତିସାରା ହାତୀ ଘର ଭାଙ୍ଗିବା ସହ କାର ମଧ୍ୟ ଭଙ୍ଗାରୁଜା କରିଛି ।