ଭିକାରୀ ମୁକ୍ତ ହେବ ଏକ୍ରାମ କ୍ଷେତ୍ର । ବିଏମସି ଓ ବିଡିଏ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

87

କନକ ବ୍ୟୁରୋ : ଭିକାରୀ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର । ଏନେଇ ବିଏମସି ଓ ବିଡିଏ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ‘ଏକାମ୍ର’ ଯୋଜନା ମାଧ୍ୟମରେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ଏକ ପଦକ୍ଷେପ ।

ଜୀବିକା ପାଇଁ ଲିଙ୍ଗରାଜ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରୁଥିବା ଭିକାରୀଙ୍କ ଥାଇଥାନ କରିବାକୁ ଏହି ଯୋଜନା କରାଯାଉଛି । ‘ସହାୟ’ ଯୋଜନା ଅଧୀନରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇବାକୁ ପ୍ରୟାସ କରୁଛନ୍ତି ସରକାର । ଭିକାରୀ ଓ ଭୂମିହୀନମାନଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଓଲ୍ଡ ଟାଉଟରୁ ସର୍ଭେ ଆରମ୍ଭ କରିଛି ।

ଯେଉଁମାନେ ନିଜ ଘରକୁ ଫେରିବାକୁ ଚାହାନ୍ତି ସେମାନଙ୍କୁ ଘରକୁ ପଠାଯିବ ଓ ଯେଉଁମାନେ ଘରକୁ ଯିବାକୁ ଚାହାନ୍ତିନି ସେମାନଙ୍କୁ ବିଭିନ୍ନ ଆଶ୍ରୟ ଗୃହରେ ଥଇଥାନ କରାଯିବ । ଏହି ଭିକାରୀ ଚିହ୍ନଟ କରିବା ପ୍ରକ୍ରିୟା ପାଇଁ ସରକାର ବିଭିନ୍ନ ଏନଜିଓ ଓ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି ।

ଏକ୍ରାମ କ୍ଷେତ୍ର ପ୍ରକଳ୍ପ ପାଇଁ ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ କାମ ଶେଷ ହୋଇଛି । ବାକି ଥିବା ଜମି ଅଧିଗ୍ରହଣ କାମ ଆଗାମୀ ଦିନରେ ଶେଷ ହେବ । ଏକାମ୍ର ଯୋଜନା ମାଧ୍ୟମରେ ସରକାର ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।