କନକ ବ୍ୟୁରୋ: ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ଟ୍ରାଭେଲର ଦୁର୍ଘଟଣାଗସ୍ତ । ବାଲିଯୋଡି ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର । ଘଟଣା ସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୧୬ ଜଣ ଗୁରୁତରଙ୍କ ଏବେ ଚିକିତ୍ସା ଚାଲିଛି । ୩ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Advertisment

ତାରିଣୀ ଦର୍ଶନ ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୨୪ ଜଣ । ଘଟଗାଁ ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବାବେଳେ, ବାଲିଯୋଡି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ମୃତକମାନେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପୋଡାମରି ଗାଁର । ସେମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମ୍ପର୍କୀୟ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ଯାତ୍ରା କରୁଥିଲେ । ମୃତକଙ୍କ ଭିତରେ ୪ ପୁରୁଷ, ୩ ମହିଳା ଜଣେ ଶିଶୁ ରହିଥିବା ସୂଚନା ମିଳିଛି ।